୪୫ ବର୍ଷ ପରେ ଏକାଠି ହେଲେ ପୁରାତନ ଶିକ୍ଷକ ଓ ଛାତ୍ରଛାତ୍ରୀ

Published By : Prameya-News7 Bureau | January 12, 2025 IST

ଭଦ୍ରକ: ଦୀର୍ଘ ୪୫ ବର୍ଷ ପରେ ଏକାଠି ହେଲେ ପୁରାତନ ଶିକ୍ଷକ ଓ ଛାତ୍ରଛାତ୍ରୀ । ବିତେଇଥିବା ସେହି ଚାଟଶାଳୀ ଅଭୁଲା ସ୍ମୃତିକୁ ମନେ ପକାଇ ଆଜି କିଏ ଖୁସିରେ ଅଧିର ତ’ ଆଉ କିଏ ଖୁସିକୁ ଲୁଚାଇ ନପାରି ହସି ହସି କାନ୍ଦି ପକାଉଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଜାହାଙ୍ଗିର ଜନତା ଉଚ୍ଚ ବିଦ୍ୟାପୀଠର ବନ୍ଧୁମିଳନ ଅବସରରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ। ରବିବାର ସ୍କୁଲର ୧୯୭୮ରୁ ୧୯୮୫ ମସିହାର ମ୍ୟାଟ୍ରିକ ବ୍ୟାଚର ସମସ୍ତ ବନ୍ଧୁ ଏକାଠି ହୋଇଥିଲେ। 

କିଏ ଡାକ୍ତର, କିଏ ଇଞ୍ଜିନିୟର, କିଏ ଚାଷୀ, କିଏ ଶିକ୍ଷକ ଶିକ୍ଷୟିତ୍ରୀ ତ’ କିଏ ବ୍ୟବସାୟୀ । ସମସ୍ତେ ବୟସର ଅପରାହ୍ନରେ ଏକତ୍ରିତ ହୋଇ ସେଇ ପିଲାଦିନକୁ ମନେ ପକାଇ ଏକ ବନ୍ଧୁ ମିଳନରେ ଏକାଠି ହୋଇଛନ୍ତି  । ଆଉ ସେମାନଙ୍କ ସହ ଏକାଠି ହୋଇଥିଲେ ସେମାନଙ୍କ ଗୁରୁ। ଏହା ସହ ସ୍ବର୍ଗବାସୀ ବନ୍ଧୁଙ୍କ ସ୍ମୃତି ଚାରଣ ମଧ୍ୟ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.