ହିଂସା ପରେ କଡ଼ା ସୁରକ୍ଷା ବଳୟରେ ଭଦ୍ରକ ସହର, ଶାନ୍ତି ପାଇଁ ଜିଲ୍ଲା ପ୍ରଶାସନର ଅପିଲ୍

Published By : Prameya-News7 Bureau | September 29, 2024 IST

ଭଦ୍ରକ ୨୯।୯: ଭଦ୍ରକ ଜିଲ୍ଲାରେ ପୋଲିସ ଉପରେ ଆକ୍ରମଣ ଘଟଣା । ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଅପିଲ । ତେବେ ଭଦ୍ରକ ଜିଲ୍ଲାର ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ୪୮ ଘଣ୍ଟା ଧରି ଇଣ୍ଟରନେଟ୍‌ରେ କଟକଣା ରହିଛି । 

ଭଦ୍ରକ ସହର ର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨୧ ସଦସ୍ୟ ବିଶିଷ୍ଟ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ । ଧାମନଗର ଓ ଦୋବଲରେ ୬ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ତେବେ ଅଶାନ୍ତି କରିବା ସହ ପୋଲିସକୁ ଆକ୍ରମଣ, ମାଜିଷ୍ଟ୍ରେଟଙ୍କ ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ୭ଜଣଙ୍କୁ ଗିରଫ କରିଥିବା ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି । ଭଦ୍ରକ ପୋଲିସ, ଏସପି, ଜିଲ୍ଲାପାଳ, ଏସପି ଓ ରାପିଡ ଆକ୍ସନ ଫୋର୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା କରିବା ସହ ଫ୍ଲାଗମାର୍ଚ୍ଚ ପାଇଁ ସ୍ଥିର ହୋଇଛି । ତେବେ ଶାନ୍ତି ପାଇଁ ଅପିଲ କରିଛି ଜିଲ୍ଲା ପ୍ରଶାସନ ।

You Can Read:

ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ, ଭାସୁଥିବା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.