Live Live
LIVE

ଭାରି ଆମିଷ ପ୍ରିୟ ଓଡ଼ିଶାବାସୀ, ମାଂସ, ଅଣ୍ଡାର ଆବଶ୍ୟକତା ନେଇ ଗୃହରେ ମନ୍ତ୍ରୀଙ୍କ ଉତ୍ତର

NEWS7
bhadrak-maninagar-people-were-devastated-by-rain-water

ଭୁବନେଶ୍ୱର ୧୧/୦୩: ଆମେ ଓଡ଼ିଆ, ଆମେ ଖାଇବା ଭାରି ବଢିଆ । ସାଧା ସିଧା ଖାଦ୍ୟ ହେଉ ବା ଆମିଷ । ଭାରି ଖାଦ୍ୟ ଲୋଭି ରାଜ୍ୟବାସୀ । ବିଶେଷ କରି ଓଡ଼ିଶାବାସୀଙ୍କ ପ୍ରିୟ ଖାସୀ ମାଂସ । ସେଥିପାଇଁ ତ ଓଡ଼ିଶାରେ ପ୍ରତିଦିନ ୦.୩୪ ହଜାର ମେଟ୍ରିକ ଟନ୍ ଖାସି ମାଂସର ଆବଶ୍ୟକତା ରହିଛି । ଖାଲି ଖାସି ମାଂସ ନୁହେଁ ତ ୦.୮୪ ହଜାର ମେଟ୍ରିକ ଟନ୍ କୁକୁଡ଼ା ମାଂସ ଆବଶ୍ୟକ ବି ଅଛି । ଆହୁରି ବି ମହଜୁଦ ଅଛି ୧୧୭.୪ ଲକ୍ଷ ଅଣ୍ଡା । ଗୃହରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଲିଖିତ ଉତ୍ତର ରଖିଛନ୍ତି ।

ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀ ପଚାରିଥିଲେ କି, ଓଡ଼ିଶାରେ ପ୍ରତିଦିନ ହାରାହାରି କେତେ ପରିମାଣର ଖାସି ମାଂସ, କୁକୁଡା ମାଂସ, ଅଣ୍ଡା ଇତ୍ୟାଦି ଆବଶ୍ୟକ ଅଛି । ଆବଶ୍ୟକ ଅନୁଯାୟୀ କେତେ ପରିମାଣର ମହଜୁଦ୍ ଅଛି କଣ ପଦକ୍ଷେଣ ନେଇଛନ୍ତି ବୋଲି ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ।

also read...

​​​​​​​ଘରେ ରୋଷେଇ ହୋଇପାରୁନି, ବାହାରେ ଖାଦ୍ୟ କିଣିହେଉନି, କେମିତି ବଞ୍ଚିବେ ଲୋକେ