ଇଶାନ କିଶନଙ୍କଠୁ ନେଇ ମହମ୍ମଦ ଶାମିଙ୍କ ପର୍ଯ୍ୟନ୍ତ, BCCIର କେନ୍ଦ୍ରୀୟ ଚୁକ୍ତିରେ ନାହିଁ ୫ ଖେଳାଳିଙ୍କ ନାଁ

NEWS7
bhaijaans-film-tere-naam-to-be-re-released

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ପରବର୍ତ୍ତୀ ସିଜିନ୍ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଛି। ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଡିମୋସନ ହୋଇଛି। ରବୀନ୍ଦ୍ର ଜାଡେଜା ଏବଂ ଯଶପ୍ରୀତ ବୁମରା ପୂର୍ବବତ୍ତ ସର୍ବୋଚ୍ଚ ଗ୍ରେଡ୍ରେ ରହିଛନ୍ତି। ପୂର୍ବ ସିଜିନ୍ ତୁଳନାରେ, ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଅନେକ ପ୍ରମୁଖ ଖେଳାଳିଙ୍କୁ ବାହାର କରିଛି, ଯେଉଁଥିରେ ଅଭିଜ୍ଞ ବୋଲର ମହମ୍ମଦ ଶାମି ମଧ୍ୟ ସାମିଲ ଅଛନ୍ତି।

ମହମ୍ମଦ ଶାମି ଏବଂ ଇଶାନ କିଶାନଙ୍କ ନାମ ଗାଏବ

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଗାଏବ ଥିବା ସବୁଠାରୁ ପ୍ରମୁଖ ନାମ ହେଉଛି ମହମ୍ମଦ ଶାମି। ଶାମି ଘରୋଇ କ୍ରିକେଟ୍ରେ ନିରନ୍ତର ଭଲ ପ୍ରଦର୍ଶନ କରିଛନ୍ତି, କିନ୍ତୁ ତାଙ୍କୁ ଲଗାତାର ଟିମ୍ ଇଣ୍ଡିଆରୁ ବାଦ ଦିଆଯାଇଛି। ଏବେ ତାଙ୍କୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ଦିଆଯାଇଛି। ସମ୍ପ୍ରତି ଟି-୨୦ ଦଳକୁ ଫେରିଥିବା ଇଶାନ କିଶାନ ମଧ୍ୟ ତାଲିକାରୁ ବାଦ ଦିଆଯାଇଛି। କିଶାନଙ୍କୁ ପୂର୍ବ ସିଜିନ୍ର ତାଲିକାରୁ ମଧ୍ୟ ବାଦ ଦିଆଯାଇଥିଲା କାରଣ ବିସିସିଆଇ ତାଙ୍କୁ ଘରୋଇ କ୍ରିକେଟ୍ରେ ନ ଥିବାରୁ ତାଲିକାରୁ ବାଦ ଦେଇଥିଲା। କିନ୍ତୁ ଏଥର କାହିଁକି ତାଙ୍କୁ ତାଲିକାରେ ରଖିନି ତାହା ବୁଝି ହେଉନି।

ସରଫରାଜ ଖାନଙ୍କୁ ମଧ୍ୟ ଏଥର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସ୍ଥାନ ମିଳିନି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ RCB ଦଳର ଅଧିନାୟକ ଥିବା ରଜତ ପାଟିଦାରଙ୍କୁ ମଧ୍ୟ ବାଦ ଦିଆଯାଇଛି। ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ମଧ୍ୟ ଏଥର କେନ୍ଦ୍ରୀୟ ଚୁକ୍ତିନାମାରେ ସ୍ଥାନ ଦିଆଯାଇ ନାହିଁ।

ଏହି ପାଞ୍ଚ ଜଣଙ୍କ ନାମକୁ ବାଦ ଦିଆଯାଇଛି: ମହମ୍ମଦ ଶାମି, ଇଶାନ କିଶାନ, ରଜତ ପାଟିଦାର, ସରଫରାଜ ଖାନ, ମୁକେଶ କୁମାର।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା

ଗ୍ରେଡ୍ - ଏ: ଶୁଭମନ ଗିଲ, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା

ଗ୍ରେଡ୍ - ବି: ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଯଶସ୍ଵୀ ଜୟସ୍ଵାଲ ଏବଂ ଶ୍ରେୟସ ଆୟର।

ଗ୍ରେଡ୍- ସି: ଅକ୍ଷର ପଟେଲ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ଅଭିଷେକ ଶର୍ମା, ରିଙ୍କୁ ସିଂ, ତିଳକ ବର୍ମା, ଅର୍ଶଦୀପ ସିଂହ, ସଞ୍ଜୁ ସାମସନ୍, ନୀତୀଶ କୁମାର ରେଡ୍ଡୀ, ପ୍ରଷିଦ୍ଧ କୃଷ୍ଣ, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ସାଇ ସୁଦର୍ଶନ।