ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ : ବଦଳିଲେ ଭରତପୁର IIC ଓ ASI, କନଷ୍ଟେବଲଙ୍କୁ ବି ବଦଳି

Published By : Prameya-News7 Bureau | September 18, 2024 IST

ଭୁବନେଶ୍ବର ୧୮।୯: ବଦଳିଲେ ଭରତପୁର ଥାନା ଅଧିକାରୀ I ଥାନା ସବ୍‌ ଇନ୍ସପେକ୍ଟର ଓ କନେଷ୍ଟବଳଙ୍କୁ ବି ବଦଳି । ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପାଲଟା ଆକ୍ରମଣ  ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କମିଶନରେଟ୍ ମୁଖ୍ୟାଳୟରେ ଥିବା ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଭରତପୁର ଥାନାର ଆସିଷ୍ଟାଣ୍ଡ ସବ୍ ଇନ୍ସପେକ୍ଟର ସଲିଳମୟୀ ସାହୁଙ୍କୁ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଅନୁରୂପ ଭାବେ କନେଷ୍ଟବଳ ବଳରାମ ହାସଦାଙ୍କୁ ଭୁବନେଶ୍ୱର ଆରଓକୁ ବଦଳି କରାଯାଇଛି । ପ୍ରଶାସନିକ ଆବଶ୍ୟକତା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦୁଇ ଜଣକୁ ବଦଳି କରାଯାଇଛି । ଅନ୍ୟପଟେ ମେଜରଙ୍କ ବାନ୍ଧବୀ ଘଟଣା ଦିନ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ଥାନା କବାଟ ଖୋଲିବାକୁ ପ୍ରତି ରୁମକୁ ଯାଇ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପୋଲିସ ତାଙ୍କ କଥା ଶୁଣିନଥିଲେ । ଓଲଟି ତାଙ୍କ କାରରେ ମଦ ବୋତଲ ରଖି ତାଙ୍କୁ ଗିରଫ କରିଥିବା ଅଭିଯୋଗ କରିଥିଲେ । ଯାହା ସେଦିନ ରାତିର ଏକ ଭିଡିଓ ଦର୍ଶାଉଛି ।

You Can Read:

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ, ଭୋଗରାଇରେ ବନ୍ୟା ଘେରରେ ଅନେକ ଗାଁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.