ଶୁଭଶ୍ରୀ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା,ଫରେନସିକ୍‌ ଲାବ୍‌ ଗଲା ମୃତକଙ୍କ ଅର୍ଗାନ

Published By : Prameya-News7 Bureau | November 03, 2024 IST

ଭୁବନେଶ୍ବର ୦୩/୧୧: ଭରତପୁରରେ ଦୁଇ ପ୍ରେମିକା ସହ ମିଶି ପତ୍ନୀଙ୍କୁ ବିଷ ଦେବା ଘଟଣା । ଫରେନ୍‌ସିକ୍‌ ଲାବ୍‌କୁ ଗଲା ମୃତ ଶୁଭଶ୍ରୀଙ୍କ ଅର୍ଗାନ । ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍‌ପିଟାଲ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା । ଭିସେରା,କିଡ୍‌ନୀ,ହାର୍ଟ,ରକ୍ତ ଓ ଲିଭର ନମୁନା ଲାବ୍‌କୁ ପଠାଗଲା । ରସୁଲଗଡ ସ୍ଥିତ ଫରେନସିକ୍ ଲାବ୍‌ରେ ପରୀକ୍ଷା ହେବ । ଓଭରଡୋଜ୍‌ ଆନାସ୍ଥେସିଆ ସହ କିଛି କେମିକାଲ ମିଶିଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ରିପୋର୍ଟ ଆସିସାରିଛି । ଖୁବ ଶୀଘ୍ର ଫାଇନାଲ ଭିସେରା ରିପୋର୍ଟ ଆସିଲେ ଖୋଲିବ ଶୁଭଶ୍ରୀ ମୃତ୍ୟୁ ଗୁମର । 


ପୂର୍ବରୁ ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ, ଆନାସ୍ଥେସିଆ ମେଡିସିନ ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ ଫରେନସିକ୍‌ ଲାବ୍‌କୁ ପଠାଯାଇଛି । ଗତ ୨୮ରେ ବିଷ ଇଞ୍ଜେକସନ ଦେଇ ପତ୍ନୀ ଶୁଭଶ୍ରୀଙ୍କୁ ହତ୍ୟା କରିଥିଲା ସ୍ବାମୀ ପ୍ରଦ୍ୟୁମ୍ନ । ଏଥିରେ ସହଯୋଗ କରିଥିଲେ ୨ ପ୍ରେମିକା । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିବା କହିଥିଲେ ଅଭିଯୁକ୍ତ ପ୍ରଦ୍ୟୁମ୍ନ । ମୃତ ଶୁଭଶ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.