୪ ମହଲାରୁ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ, ଛାତ ଉପରେ ପଡ଼ିଛି ଚପଲ-ସିଗାରେଟ୍

NEWS7
big-blow-to-team-india-as-jasprit-bumrah-set-to-miss-champions

ପାରାଦୀପ ୨୩।୦୨ : ପାରାଦୀପ ତାରେଣୀଗଡ଼ାରେ ଅଘଟଣ । ଏକ ଚାରି ମହଲା ଛାତ ଉପରୁ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ କରୁଛି ।

ଏ ଖବର ବି ପଢନ୍ତୁ:- ଫିଟୁନି ସମାଧାନର ରାସ୍ତା, ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଖବର ଅନୁଯାୟୀ, ପାରାଦୀପ ତାରେଣୀଗଡ଼ାର ଥିବା ଏକ ଚାରି ମହଲା ଉପରୁ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏପିରିକି ଛାତ ଉପରୁ ତଳକୁ ଖସିବା ସମୟରେ ମହିଳାଙ୍କ ଡ୍ରେସଟି କାନ୍ଥରେ ଯାଇଥିବା ଗ୍ୟାସ୍ ପାଇପ ଲାଇନ୍ରେ ଲାଗିକି ଝୁଲିରହିଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଉକ୍ତ ଚାରି ମହଲା କୋଠାଟି କାମ ଚାଲିଥିବା ବେଳେ ଗୋଟିଏ ଘରେ ୯ ଜଣ ଯୁବକ ରହୁଛନ୍ତି । ମୃତ ମହିଳା ଜଣଙ୍କ ଛାତ ଉପରକୁ କାହିଁକି ଆସିଥିଲେ ଏବଂ ମହିଳା ଜଣଙ୍କ କିଏ ତାହା ଜଣାପଡିନାହିଁ । ବର୍ତ୍ତମାନ ଯାଏଁ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସେହିପରି ଛାତ ଉପରେ ମହିଳାଙ୍କ ଚପଲ, ମଶାବତୀ ଏବଂ ସିଗାରେଟ, ଖଇନି ଜରି ପଡ଼ିଥିବାର ଦେଖିବାକୁ ମିଳିଛି ।

ଏ ଖବର ବି ପଢନ୍ତୁ:- ବେଙ୍ଗଲର ଦିଗ୍ଗଜ ନେତା ମୁକୁଲ ରାୟଙ୍କ ୭୧ ବର୍ଷରେ ନିଧନ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ