ମୁମ୍ୱାଇ ୦୩/୦୮: ସନା ମକବୁଲ୍ ହେଲେ ବିଗ୍ ବସ୍ OTT-୩ର ଓ୍ୱିନର । ସନା ମାୃକବୁଲଙ୍କ ସହ ଅରମାନ ମଲିକଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ମଲିକ, ଅଭିନେତା ରଣଭୀର ଶୋରେ, ସାଇ କେଟାନ ରାଓ ଏବଂ ରାପର ନାଜି ଅନିଲ କପୁରଙ୍କ ସୋ’ର ଶ୍ରେଷ୍ଠ ଫାଇନାଲିଷ୍ଟ ଥିଲେ । କିନ୍ତୁ ସାଥୀ ପ୍ରତିଯୋଗୀଙ୍କୁ ପଛରେ ପକାଇ ସନା ହାତେଇଲେ ଟ୍ରଫି ।
ରାପର୍ ନାଜି ପ୍ରଥମ ଏବଂ ରଣଭୀର ଶୋରି ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ । ସାନାଙ୍କୁ ୨୫ ଲକ୍ଷ ପୁରସ୍କାର ରାଶି ମିଳିଥିଲା । ଟ୍ରଫି ଜିତିବା ପରେ ସେ ଭାବପ୍ରବଣ ହୋଇ ମା’ଙ୍କୁ ଆଲିଙ୍ଗନ କରିଥିଲେ । କ୍ରିତିକା ମଲିକ ଏବଂ ସାଇ କେଟାନ ରାଓ ଶ୍ରେଷ୍ଠ ୩ ରୁ ଆଉଟ୍ ହୋଇଥିଲେ। ଅନିଲ କପୁରଙ୍କ ଶୋ’ରେ ଗ୍ରାଣ୍ଡ ଫାଇନାଲରେ ସନା ତାଙ୍କ ସ୍ୱତନ୍ତ୍ର ରାପର୍ ବନ୍ଧୁ 'ନାଜି ଦ ବା' ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ।
କାରଣ ରଣବୀର ଶୋରିଙ୍କ ଏଲିମିନେଟ୍ ପରେ ଅନିଲ କପୁର ସନା ମକବୁଲ ଏବଂ ନାଜିଙ୍କୁ ଏହି ଶୋ’ର ଶ୍ରେଷ୍ଠ ଦୁଇ ପ୍ରତିଯୋଗୀ ଭାବେ ଘୋଷଣା କରିଥିଲେ । ତେବେ ବିଜେତା ପରେ ସେୟାର କରିଛନ୍ତି ମନର କଥା । ସନା କହିଛନ୍ତି ଯେ ନାଜିଙ୍କ ସହ ସୋ’ର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ମୁଁ ବହୁତ ଖୁସି ଥିଲି । ଯଦି ନାଜି ମଧ୍ୟ ଏହି ସୋ ଜିତିଥାନ୍ତେ ତେବେ ସେ ମଧ୍ୟ ଖୁସି ହୋଇଥାନ୍ତି ।
ତେବେ ସନା ତାଙ୍କ ଭବିଷ୍ୟତ ଯୋଜନା ଏବଂ ରଣଭୀର ଶୋରିଙ୍କ ସହ ସମ୍ପର୍କ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି । ମୁଁ ବହୁତ ଖୁସି ଏବଂ ଜନସାଧାରଣ ମୋତେ ଗ୍ରହଣ କଲେ ଏବଂ ମୋତେ ମଧ୍ୟ ବହୁତ ଭଲ ପାଉଛନ୍ତି । ବିଗ୍ ବସ୍ ଘରେ ଦେଢ ମାସ ପାଇଁ ହାଇ ଭୋଲଟେଜ୍ ଡ୍ରାମା ଚାଲିଥିଲା । ନିର୍ମାତାମାନେ ଏହି ଋତୁରେ ଅନେକ ନୂତନ କାର୍ଯ୍ୟ କରିଥିଲେ ।
୧୭ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଥିଲା ଯେ ଜଣେ ବାହାର ଲୋକ ମଧ୍ୟ ଏହି ଶୋ’ର ଏକ ଅଂଶ ଥିଲେ । ମୋବାଇଲ୍ ଫୋନ୍ ଦିଆଯାଇଥିଲା, ପରିବାର ସଦସ୍ୟଙ୍କ ମଧ୍ୟରେ ଅନେକ ଝଗଡା ବି ହୋଇଥିଲା । ଏମିତିକି ଶୋରେ ପ୍ରତିଯୋଗୀ ମାଡ ମରା ମରାମରି ବି ହୋଇଥିଲା ।