ବାଇକ୍‌କୁ ଧକ୍କା ଦେଇ ଓଲଟିଲା ପିକଅପ୍ ଭ୍ୟାନ୍ : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | May 11, 2025 IST

ଉମରକୋଟ ୧୧।୫: ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ରାଇଘରକୁ ସଂଯୋଗ କରୁଥିବା ରାସ୍ତାର ବୁର୍ଜା ଛକ ନିକଟରେ ବାଇକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଫଳରେ ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତର ସଣ୍ଡସା ଗ୍ରାମର ପର୍ଶୁ ଗୌଡ଼ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । 

ସୂଚନାଯୋଗ୍ୟ ଯେ, ଏକ ପିକଅପ୍ ଭ୍ୟାନ୍‌ଟି ପରିବା ନେବା ପାଇଁ ରାଇଘର ଠାରୁ ଉମରକୋଟ ଅଭିମୁଖେ ଆସୁଥିବା ବେଳେ ତାର ବିପରୀତ ଦିଗରୁ ବାଇକ୍ ଚାଳକ ମାନେ ରାଇଘର ଅଭିମୁଖେ ଯାଉଥିବା ବେଳେ ବୁର୍ଜା ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ଫଳର ବାଇକ୍ ଚାଳକ ପର୍ଶୁ ଗୌଡ଼ଙ୍କ ଗୋଟିଏ ବାମ ଗୋଡ଼ ଓ ବାମ ହାତ ଛିଣ୍ଡି ଯାଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ପିକଅପ୍ ଭ୍ୟାନଟି ରାସ୍ତାରେ ଓଲଟି ପଡିଲା । ଦୁର୍ଘଟଣା ପରେ ପିକଅପ୍ ଚାଳକ ଫେରାର । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି ନେଇ କିଛି ସମୟ ପାଇଁ ଉମରକୋଟରୁ ରାଇଘରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଥିଲେ ପରେ ପୋଲିସ ଆସି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ ।

You Can Read:

ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.