ଭୁବନେଶ୍ୱର ୧୪।୧୨ : କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ଆମ ସରକାରଙ୍କ ନୀତି ହେଉଛି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା । ଆଇଏଏସ୍ ବିଷ୍ଣୁପଦ ସେଠୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ ନେଇ ଏପରି କିଛି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେହିବି ଲୋକ ଦୁର୍ନୀତିରେ ସାମିଲ ହୋଇଥିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ମନ୍ତ୍ରୀ ହୁଅନ୍ତୁ କି ଅଧିକାରୀ । ଯିଏବି ହେଉନା କାହିଁକି, ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ଯେଉଁ ଦିଗରେ ଲିଙ୍କ୍ ବାହାରିବ ସେ ଦିଗରେ ତଦନ୍ତ ହେବ । ବିନା ତଦନ୍ତରେ କାହାକୁ ଅଭିଯୁକ୍ତ କରିବା ଠିକ୍ ନୁହେଁ । ପୁରା ତଦନ୍ତ ପରେ ହିଁ କିଏ ଦୋଷୀ ଜଣାପଡିବ ।
ସେପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଓଡିଶାର ଜଣେ ଅଧିକାରୀଙ୍କୁ ସିବିଆଇ ସମନ କରିଛି । ହେଲେ ଅନେକ ସମୟରେ ସିବିଆଇ ଯେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଛି । ତାହା କରୁନାହିଁ । ସିବିଆଇ କେମିତି କାମ କରୁଛି, ତାହା ଦେଶବାସୀ ଜାଣନ୍ତି । ଯଦି କିଛି ଦୁର୍ନୀତି ହୋଇଛି, ତେବେ ତାହାର ତଦନ୍ତ ହେବା ଦରକାର ।
ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ CBI ସମନ, ଟେଣ୍ଡର ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ ଘଟଣାରେ ନୋଟିସ୍