ସିଏମ୍‌ସି କାଉନ୍‌ସିଲ୍‌ ବୈଠକରେ ହୋହାଲ୍ଲା, ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଟଣାଓଟରା

Published By : Prameya-News7 Bureau | February 12, 2025 IST

କଟକ ୧୨।୦୨ : ସିଏମ୍‌ସି କାଉନ୍‌ସିଲ୍‌ ବୈଠକରେ ହୋହାଲ୍ଲା। ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ। ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଭୟ ଦଳଙ୍କ ମଧ୍ୟରେ ହୋହାଲ୍ଲା। ଯାହାଫଳରେ କାଉନ୍‌ସିଲ୍‌ ବୈଠକରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । 

ବୁଧବାର ଦିନ ସିଏମ୍‌ସି କାର୍ଯ୍ୟାଳୟରେ କାଉନ୍‌ସିଲ୍‌ ବୈଠକ ବସିଥିଲା । ଯେଉଁଥିରେ ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଖାସ୍‌ କରି ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଭୟ ଦଳ ଟଣାଓଟରା ହୋଇଥିବାର ଦେଖିବାକୁ ମିଳିଛି ।  ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରିବର୍ତ୍ତେ ସଭ୍ୟମାନେ ନିଜ ନିଜ ସିଟ୍‌ରୁ ଉଠି ହୋହାଲ୍ଲା ଏବଂ ପାଟିତୁଣ୍ଡ କରିଛନ୍ତି । ଏପିରିକି ବିଜେପି ଏବଂ କଂଗ୍ରେସ ଦଳର ସଭ୍ୟମାନେ ମେୟର ସୁବାଶ ସିଂଙ୍କ ଚେୟାର ନିକଟକୁ ଯାଇ ନିଜ ନିଜ ଦାବି ଉଠାଇଛନ୍ତି । ଯାହାଫଳରେ କାଉନସିଲ୍‌ ହଲ୍‌ରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।  

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.