ଭୁବନେଶ୍ବର ୧୭।୪: ଆସିଲା ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା । ପଞ୍ଚମ ପର୍ଯ୍ୟାୟରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେପଟେ ଦୁଇଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ସମ୍ବଲପୁର ଓ ରେଢାଖୋଲ ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ସମ୍ବଲପୁରରୁ ରୋହିତ ପୂଜାରୀ ଏବଂ ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଲଢିବେ ।
ତେବେ ପଞ୍ଚମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ, ଦେଓଗଡ଼ରୁ ଅରୁନ୍ଧତୀ କୁମାରୀ ଦେବୀ, ଅନୁଗୋଳରୁ ସଂଯୁକ୍ତା ସିଂ, ନିମାପଡ଼ାରୁ ଦିଲ୍ଲୀପ କୁମାର ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷ୍ନା ଗୀତାଞ୍ଜଳୀ ଦେବୀ, ଜୟପୁରରୁ ଡକ୍ଟର ଇନ୍ଦିରା ନନ୍ଦାଙ୍କୁ ପ୍ରାର୍ଥୀ କରିଛି ଦଳ । ଏଥିସହିତ ପୂର୍ବରୁ ଘୋଷିତ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଓ ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ସମ୍ବଲପୁରରୁ ରୋହିତ ପୂଜାରୀ, ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଲଢିବେ ।
You Can Read :
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୩ ଦିନ ସ୍କୁଲ ଛୁଟି କଲେ ସରକାର