ସ୍ଵାମୀଙ୍କ ଥଟ୍ଟା ସହିପାରିଲେନି ସ୍ତ୍ରୀ, ‘ମାଙ୍କେଡି’ କହିବାରୁ ଜୀବନ ହାରିଲେ

NEWS7
bjd-appointed-simulia-mla-jyoti-prakash-as-district-president-of-balasore

ନୂଆଦିଲ୍ଲୀ ୩୧।୦୧; ମଜା କରିବା ଏବେ ସ୍ଵାମୀଙ୍କୁ ପଡିଲା ମହଙ୍ଗା । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ବାମୀ ଥଟ୍ଟାରେ ‘ମାଙ୍କେଡି’ କହିବାରୁ ଜୀବନ ହାରିଦେଲେ ସ୍ତ୍ରୀ। ଏଭଳି ଘଟଣା ଲକ୍ଷ୍ନୌରେ ଘଟିଛି। ଘଟଣା ବିଷୟରେ ସୂଚନା ପାଇବା ପରେ, ପୋଲିସ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନାକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚାରି ବର୍ଷ ପୂର୍ବେ ତନୁ ଇନ୍ଦିରାନଗର ବାସିନ୍ଦା ରାହୁଲଙ୍କୁ ପ୍ରେମ ବିବାହ କରିଥିଲେ। ରାହୁଲ ତାଙ୍କ ପତ୍ନୀ ତନୁ ସିଂଙ୍କ ସହିତ ହସଖୁସିରେ ରହୁଥିଲେ। ନିକଟରେ ରାହୁଲ ତାଙ୍କ ସ୍ତ୍ରୀ ତନୁଙ୍କୁ ସୀତାପୁରର ଜଣେ ସମ୍ପର୍କୀୟଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ରାହୁଲ ଥଟ୍ଟା ମଜାରେ ସ୍ତ୍ରୀ ତନୁଙ୍କୁ “ତୁମେ ଜଣେ ମାଙ୍କେଡି ବୋଲି କହିଥିଲେ। ଏହା ପରେ ତନୁ  ରାଗିଯାଇ ଘରକୁ ଚାଲିଯାଇଥିଲେ । ପରିବାର ଲୋକ ଭାବିଥିଲେ ଯେ ସେ କିଛି ସମୟ ମଧ୍ୟରେ ଠିକ୍ ହୋଇଯିବେ, କିନ୍ତୁ ପ୍ରାୟ ଏକ ଘଣ୍ଟା ପରେ ଯେତେବେଳେ ଖାଇବା ପାଇଁ ଡାକିଲେ, ସେ କୌଣସି ଉତ୍ତର ଦେଇ ନଥିଲେ। ପରିବାର ଲୋକେ ସନ୍ଦେହ କଲେ, ସେମାନେ  ଝରକାରେ ଚାହିଁଲା ବେଳକୁ ତନୁଙ୍କ ମୃତଦେହ ଝୁଲୁଛି।

ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲା । ପୋଲିସ କହିଛି ଯେ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦାଖଲ କରାଯାଇ ନାହିଁ। ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ଏବଂ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରାଯାଉଛି।