ଭୁବନେଶ୍ବର ୬।୧୧: ନୂଆ NAC ଗଠନ ନେଇ ମୋହନ ସରକାରଙ୍କ ଚିଠି ପରେ ଏହାକୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଏ ସରକାର ହେଉଛି କପି ପେଷ୍ଟ ସରକାର । ନୂଆ NAC ପାଇଁ ଗତ ମାର୍ଚ୍ଚ ୧୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଏବେ ମୋହନ ମାଝୀଙ୍କ ସରକାର ନଭେମ୍ବର ୪ ତାରିଖରେ ସେହି ଏକା ପ୍ରସଙ୍ଗରେ ଚିଠି କରିଛନ୍ତି । ଏଥିରେ କେବଳ ACSଙ୍କ ନାଁ ବଦଳିଛି ।
କଂଗ୍ରେସ କହିଛି ପୂର୍ବ ସରକାର ନିର୍ବାଚନକୁ ନଜରରେ ରଖି କରିଥିଲେ ନୂଆ NAC ଘୋଷଣା କରିଥିଲେ । ପୂର୍ବ ସରକାର ଓ ବର୍ତ୍ତମାନର ସରକାର ମଧ୍ୟରେ କିଛି ଫରକ ନାହିଁ ।
ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ପୂର୍ବରୁ ବିଜେଡି ସରକାର ନିର୍ବାଚନକୁ ଆଖି ଆଗରେ ରଖି NAC ଘୋଷଣା କରିଥିଲେ । ହେଲେ କିଛି କାର୍ଯ୍ୟକାରୀ କରିନଥିଲେ । ଆମେ ସରକାରକୁ ଆସିବା ପରେ ପଦକ୍ଷେପ ନେଇଛୁ । ଯୋଗ୍ୟ ବିବେଚିତ ହେଲେ NAC କରାଯିବ । ବିଧାୟକମାନଙ୍କ ପ୍ରସ୍ତାବକୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ଆମେ କପି ପେଷ୍ଟରେ ବିଶ୍ବାସ କରୁନା । ପୂର୍ବ ସରକାର କେବଳ କହୁଥିଲେ ଆମେ କାମରେ ବିଶ୍ବାସ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।
You Can Read:
୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ, ୧୦ମିନିଟ୍ ବ୍ୟବଧାନରେ ଚାଲିବ ରେଳ