ପୂର୍ବତନ ବିଜେଡି ସାଂସଦଙ୍କ ପରଲୋକ, ୭୮ ବର୍ଷରେ ଦେହାନ୍ତ

Published By : Prameya-News7 Bureau | October 17, 2024 IST

ଭୁବନେଶ୍ଵର, ୧୭/୧୦ : କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ। ୭୮ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ପ୍ରଭାତଙ୍କ ଦେହାନ୍ତ ନେଇ ସାନ ପୁଅ ସିଦ୍ଧାର୍ଥ ସାମନ୍ତରାୟ ସୂଚନା ଦେଇଛନ୍ତି।

ପ୍ରଭାତ କୁମାର ସାମନ୍ତରାୟ ୧୯୫୦ ମସିହାର ଅପ୍ରେଲ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ସାମନ୍ତରାୟ ଏବଂ ପତ୍ନୀଙ୍କ ନାମ ପ୍ରତିଭା ମଞ୍ଜରୀ ମହାନ୍ତି । ପ୍ରଭାତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ। ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଥିଲେ। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ୨ ଥର ନିର୍ବାଚିତ ହୋଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.