ବିଜେଡି ଜନ ସଂପର୍କ ପଦଯାତ୍ରା : ନବୀନ କହିଲେ- ମୁଁ ସବୁବେଳେ ଆପଣଙ୍କ ସେବା କରିଆସିଛି ଏବଂ ଶେଷ ପର୍ଯ୍ୟନ୍ତ କରି ଚାଲିବି

Published By : Prameya-News7 Bureau | October 02, 2024 IST

ଭୁବନେଶ୍ବର ୨।୧୦: ଆଜିଠାରୁ ବିଜେଡି ଆରମ୍ଭ କରିଛି ଜନ ସଂପର୍କ ପଦଯାତ୍ରା। ଏକାମ୍ର ନିର୍ବାଚନମଣ୍ଡଳି ବଡ଼ଗଡ଼ ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। କହିଛନ୍ତି, ଗତ ୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ବିଜେଡି ଅନେକ କାମ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ, ଏସିଏସଟି ବର୍ଗର କଲ୍ୟାଣ ସହ ମହିଳା, ଯୁବକ,ଚାଷୀ ସମସ୍ତଙ୍କ ବିକାଶ ହୋଇଛି। ଅର୍ଥନୈତିକ ସ୍ଥିରତା ମଧ୍ୟ ଆସିଛି । ଓଡିଶାର ଗରିବୀ ୨୦୦୦ର ମସିହାରେ ୭୦ ପ୍ରତିଶତ ଥିବା ବେଳେ ଆଜି ଏହା ୧୦ ପ୍ରତିଶତକୁ ଖସିଛି। ମୁଣ୍ଡ ପିଛା ଆୟ ବି ବଢିଛି। ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟଙ୍କଠାରୁ ଓଡ଼ିଶା ଆଗରେ।ନୂଆ ସରକାର ବିଏସକେୱାଇ ନାଁ ବଦଳାଇ ଦେଇଥିବା ନ


ନବୀନ ମଧ୍ୟ କହିଛନ୍ତି ଯେ, ୩୦୦ ୟୁନିଟ ମାଗଣା ବିଜୁଳି ପାଉଛନ୍ତି କି? ୩ ହଜାର ଟଙ୍କା ଭତ୍ତା କୁଆଡ଼େ ଗଲା ? ମା ମାନଙ୍କ ପଚାଶ ହଜାର ଟଙ୍କା କେତେ ଜଣ ପାଇଲେଣି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଦରଦାମ ବଢିଚାଲିଛି।ମିଛ କହି ନିର୍ବାଚନ ଜିତିପାରନ୍ତି। କିନ୍ତୁ ଲୋକଙ୍କ ହୃଦୟ ନୁହେଁ।ମୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣଙ୍କ ସେବା ମୁଁ ସବୁ ବେଳେ କରିଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡିଶା ମାଟିର, ଓଡିଶା ବାସୀଙ୍କ ସେବା କରି ଚାଲିବି ବୋଲି ନବୀନ କହିଛନ୍ତି। 

You Can Read:

କଣ୍ଟାବାଞ୍ଜି ସବ୍ ଜେଲ୍‌ରେ କଏଦୀର ମୃତ୍ୟୁ, ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିଲେ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.