ବଜେଟ୍ ପୂର୍ବରୁ ହଠାତ କମିଗଲା ଦାମ୍, ଶସ୍ତା ହୋଇଗଲା ସୁନା ରୁପା, ଏବେ ଏତିକି ଅଛି ଦର

NEWS7
bjd-holds-press-meet-on-partys-manifesto

ନୂଆଦିଲ୍ଲୀ, ୦୧|:ବଜେଟ୍ ପୂର୍ବରୁ କ୍ରାସ୍ । ଶସ୍ତା ହେଲା ସୁନା ଏବଂ ରୁପା । ବଜେଟ୍ ଆସିବାର କିଛି ଘଣ୍ଟା ପୂର୍ବରୁ ସୁନା ଏବଂ ରୁପା ଦର କମିଯାଇଛି । ଗୋଟିଏ ଝଟକାରେ ଦୁଇ ଧାତୁର ଦରରେ ଅହେତୁକ ହ୍ରାସ ଘଟିଛି ।

ଗତ ସପ୍ତାହରେ ସୁନା ଏବଂ ରୁପା ଦାମରେ ଅହେତୁକ ହ୍ରାସ ପରିଲକ୍ଷିତ ହୋଇଥିଲା । ରୁପା ଗୋଟିଏ ଦିନରେ ୩୦ ପ୍ରତିଶତ ଶସ୍ତା ହୋଇଥିବା ବେଳେ ସୁନା ବି ୧୭ ପ୍ରତିଶତ କମିଥିଲା । ରବିବାର ବଜେଟ୍ ଦିନରେ ମଧ୍ୟ ଏହି ଟ୍ରେଣ୍ଡ୍ ଜାରି ରହିଛି । କମୋଡିଟି ମାର୍କେଟ୍ ଏମସିଏକ୍ସ ସହ ସେୟାର ବଜାରରେ ମଧ୍ୟ ସୁନା-ରୁପା ଟ୍ରେଡ୍ କରୁଛି । ମାର୍କେଟ୍ ଖୋଲୁଖୋଲୁ ଦାମ୍ ଖସି ଯାଇଛି ।

ବଜାର ଖୋଲୁଖୋଲୁ ୧ କେଜି ରୁପା ହଠାତ ୨୭ ହଜାର ଟଙ୍କା ଶସ୍ତା ହୋଇଯାଇି । ସେହିପରି ସୁନା ମଧ୍ୟ ୯ ହଜାର ଟଙ୍କା ଶସ୍ତା ହୋଇଯାଇଛି । ​​​​​​​