ଅନ୍ୟ ଉପରେ ଦୋଷ ଲଦିଲେ ହେବନି, ଦଳରେ କ’ଣ ଅସୁବିଧା ରହୁଛି ତର୍ଜମା କରିବା ଆବଶ୍ୟକ : ଅମର ପ୍ରସାଦ ଶତପଥୀ

Published By : Prameya-News7 Bureau | September 07, 2024 IST

ଭୁବନେଶ୍ବର ୭।୯: ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ଛାଡିବା ନେଇ ଦଳକୁ ଚେତାଇଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ପ୍ରତିକ୍ରିୟା ରଖି ସେ କହିଛନ୍ତି, ଅନ୍ୟ ଉପରେ ଦୋଷ ଲଦି ବସିଗଲେ ହେବ ନାହିଁ । କ’ଣ ପାଇଁ ଆମ ଦଳରେ ଅସୁବିଧା ରହୁଛି ତାକୁ ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି । ଇଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାକୁ ନେଇ ଆମକୁ ଅଧିକ ଆତ୍ମନୀରିକ୍ଷଣ କରିବାର ସମୟ ଆସିଛି । ଯେଉଁମାନେ ଗୋଟିଏ ସମୟରେ ଆଗ ଧାଡିରେ ଥିଲେ କାମ କରୁଥିଲେ ସେମାନେ କାହିଁକି ଦଳ ଛାଡ଼ି ଯାଉଛନ୍ତି ଆମ ତରଫରୁ ମଧ୍ୟ ସମୀକ୍ଷା ହେବାର ଆବଶ୍ୟକତା ଅଛି । 

ସେ ଆହୁରି ମଧ୍ୟ କହିଛନ୍ତି, ଦଳ ଗୋଟିଏ ବୃହତ୍ତର ସଂଗଠନ । କେହି ବ୍ୟକ୍ତିଗତ ଭାବେ କିମ୍ବା କର୍ମୀ ମାନେ ଗଲେ କ୍ଷତି ହୁଅନ୍ତା ନାହିଁ । କିନ୍ତୁ ଯେଉଁମାନଙ୍କୁ ସଂସଦକୁ ଆମେ ପଠାଇଛୁ ଯଦି ସେହିଭଳି ଲୋକ ଯିବେ ତାହାର ପ୍ରଭାବ ନିଶ୍ଚିତ ଦଳ ଉପରେ ପଡୁଛି ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି । 

You Can Read:

୩ ମାସରେ ପୂରଣ ହେବ ୨ ହଜାର ବନରକ୍ଷୀ ପଦବୀ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.