ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ, ‘X’ରେ ପୋଷ୍ଟ କରି କହିଲେ ମୋର ଆବଶ୍ୟକତା ଲୋଡୁନି ଦଳ

Published By : Prameya-News7 Bureau | July 31, 2024 IST

ଭୁବନେଶ୍ବର ୩୧/୭: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ଏ ସଂପର୍କରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଛନ୍ତି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା। ୨୦୨୬ରେ ତାଙ୍କର କାର୍ଯ୍ୟକାଳ ସରିଥାନ୍ତା । ତେବେ କାର୍ଯ୍ୟକାଳର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଦେଇଛନ୍ତି । 

ଇସ୍ତଫା ପରେ ମମତା ମହାନ୍ତ ‘X’ରେ ଲେଖିଛନ୍ତି, ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଛି। ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଏବଂ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ।

ଆଉ ଏକ ପୋଷ୍ଟରେ ମମତା ଲେଖିଛନ୍ତି ଆଜି ମୋର ଆବଶ୍ୟକତା ଲୋଡୁନି ଦଳ ।  ସେଥିପାଇଁ ମୁଁ ବିଜେଡିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଦେଇଛି । ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୮କୁ ହ୍ରାସ ପାଇଛି ।



 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.