କିଏ କେଉଁଠି ଚା’ କି କଥାବାର୍ତ୍ତା ପାଇଁ ଡାକିଲା ସେଠି ଶଙ୍ଖ ଭବନର ଆବଶ୍ୟକତା ନାହିଁ : ନୃସିଂହ ସାହୁ

Published By : Prameya-News7 Bureau | April 11, 2025 IST

ଭୁବନେଶ୍ବର ୧୧: ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ବଡ଼ ବୟାନ ରଖିଛନ୍ତି ନୃସିଂହ ସାହୁ । ସେ କହିଛନ୍ତି, କିଏ କେଉଁଠି ଚା’ ପାଇଁ, କଥାବାର୍ତ୍ତା ପାଇଁ ଡାକିଲା ସେଠି ଶଙ୍ଖ ଭବନର ଆବଶ୍ୟକତା ନାହିଁ । ପାର୍ଟି ମିଟିଂ ଶଙ୍ଖ ଭବନରେ ହୁଏ । କିଛି ଲୋକ ଆମ ବୈଠକକୁ ଭୁଲ ଚିତ୍ରଣ କରି ନବୀନ ପଟ୍ଟନାୟକଙ୍କୁ କହିଛନ୍ତି । ଏହା ଠିକ୍ ନୁହେଁ । ଆମେ ଯେତେବେଳେ ଏକାଠି ବସୁ ସେଠି ଦଳର ହିତ ସାଧନ କଥା ଚିନ୍ତା କରୁ । ଅତନୁ ଓ ସଞ୍ଜୟଙ୍କ ଭଳି ନେତା ଆଗରୁ ହୋଟେଲରେ ବୈଠକ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଭେଟି କହିଛୁ ସସ୍ମିତ ପାତ୍ର ଯାହା କଲେ ତାହା ଠିକ୍ ହେଲାନି । କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ । ସେ କହିଛନ୍ତି ବିଚାର କରିବେ । 

You Can Read:

ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା, ନଦୀରେ ବୁଡ଼ି ଚାଲିଗଲା ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.