ଭୁବନେଶ୍ବର ୧୦।୭: ମଙ୍ଗଳବାର ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା ସାଢେ ଚାରି କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି । ଯେଉଁଭଳି ଭାବେ ବଡ ଠାକୁର ପଡିଗଲେ ତାହାକୁ ନେଇ ସମସ୍ତେ ବ୍ୟଥିତ, ମର୍ମାହତ, ଲଜ୍ଜିତ । ଏଭଳି ଅଭାବନୀୟ ଘଟଣା, ଲଜ୍ଜାଜନକ ଘଟଣାକୁ ନେଇ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ମନ୍ତବ୍ୟକୁ ନେଇ ସମସ୍ତେ ଦୁଃଖିତ । ଏହା ଠାକୁରଙ୍କ ଇଚ୍ଛା କହିବା ଅତ୍ୟନ୍ତ ଦୁଃଖଦାୟକ ।
ବୁଧବାର ଠାରୁ ନୀଳାଦ୍ରି ବିଜେ ଯାଏଁ ଠାକୁରଙ୍କ ନୀତିକାନ୍ତି କେମିତି ଶୃଙ୍ଖଳିତ ହେବ ତାହା ସରକାରଙ୍କ ପ୍ରଥମ ଦାୟିତ୍ଵ ହେଉ । ଏ ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି । ଆମେ ସରକାରଙ୍କୁ ଅନୁରୋଧ କରୁଛୁ ସମ୍ପୂର୍ଣ୍ଣ ରଥଯାତ୍ରା କାର୍ଯ୍ୟ ଓ ନୀତି କିଭଳି ସୁଚାରୁ ରୂପେ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି
ସୁଲୋଚନା କହିଛନ୍ତି ।
You Can Read: