ଦଶମ ବୋର୍ଡ ପରୀକ୍ଷା ଦେବେ ନାହିଁ ବୈଭବ ସୂର୍ଯ୍ୟବଂଶୀ, ଜାଣନ୍ତୁ କ'ଣ କହିଲେ ଯୁବ ବ୍ୟାଟରଙ୍କ ବାପା

NEWS7
bjd-leader-vk-pandian-campaigning-while-addressing-public-meeting-in-kantabanji

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟୀ ଦଳର ଷ୍ଟାର ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ତାଙ୍କର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ନାହିଁ । ବୈଭବ ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷା ଦେବାର ଥିଲା, କିନ୍ତୁ ଅନ୍ତର୍ଜାତୀୟ ଟୁର୍ ଏବଂ ଆଗାମୀ ଆଇପିଏଲରେ ବ୍ୟସ୍ତତା ଯୋଗୁଁ ତାଙ୍କ ପାଖରେ ପ୍ରସ୍ତୁତି ପାଇଁ ସମୟ ନଥିଲା । ବୈଭବଙ୍କ ପ୍ରଶିକ୍ଷକ ମନୀଷ ଓଝା ଏହି କଥା ସ୍ପଷ୍ଟ କରିଛନ୍ତି ।

ବୈଭବଙ୍କ ପ୍ରଶିକ୍ଷକ ମନୀଷ ଓଝା ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି, "ସେ ତାଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେବେ ନାହିଁ । ସେ ବର୍ତ୍ତମାନ ନାଗପୁରରେ ଆଗାମୀ ଆଇପିଏଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି । ସେ ପ୍ରି-ସିଜନ କ୍ୟାମ୍ପ ପାଇଁ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି ।" ସୂଚନାଯୋଗ୍ୟ ଯେ ଆଇପିଏଲ୍ ୨୦୨୬ ମାର୍ଚ୍ଚ ୨୬ରେ ଆରମ୍ଭ ହେବାକୁ ଯାଉଛି । ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ଦଳର ଜଣେ ପ୍ରମୁଖ ଖେଳାଳି ଭାବରେ ଦେଖାଯାଉଛି ।

ସ୍କୁଲ ପ୍ରଶାସନ ଅନୁଯାୟୀ, ବୈଭବଙ୍କ ପରୀକ୍ଷା ଫର୍ମ ପୂରଣ ହୋଇସାରିଛି ଏବଂ ତାଙ୍କର ଆଡମିଟ୍ କାର୍ଡ ଜାରି ହୋଇସାରିଛି । ତାଙ୍କର ପରୀକ୍ଷା କେନ୍ଦ୍ର ପୋଦ୍ଦାର ଇଣ୍ଟରନ୍ୟାସନାଲ୍ ସ୍କୁଲକୁ ଦିଆଯାଇଥିଲା । ବୈଭବଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ପଷ୍ଟ କରି କହିଛନ୍ତି ଯେ ତାଙ୍କ ପୁଅର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ କ୍ରିକେଟ୍ ଉପରେ । ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, "ବର୍ତ୍ତମାନ, ବୈଭବ ସମ୍ପୂର୍ଣ୍ଣ ଭାବରେ କ୍ରିକେଟ୍ ଉପରେ ଧ୍ୟାନ ଦେଇଛନ୍ତି । ସେ ନିଜ ପ୍ରଶିକ୍ଷଣରେ ବ୍ୟସ୍ତ ଅଛନ୍ତି ଏବଂ ଫେବ୍ରୁଆରୀ ୧୭ରୁ ଆରମ୍ଭ ହେଉଥିବା ପରୀକ୍ଷା ଦେବେ ନାହିଁ । ସେ ଆସନ୍ତା ବର୍ଷ ବୋର୍ଡ ପରୀକ୍ଷା ଦେବେ ।"

ଗତବର୍ଷ ରାଜସ୍ଥାନ ରୟାଲ୍ସରେ ଯୋଗଦେବା ପରଠାରୁ ବୈଭବ ସୂର୍ଯ୍ୟବଂଶୀ ଖବରରେ ଅଛନ୍ତି । ଆଇପିଏଲ ଇତିହାସର ସବୁଠାରୁ ଯୁବ ଖେଳାଳି । ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ବୈଭବ ଇଂଲଣ୍ଡ ବିପକ୍ଷରେ ମାତ୍ର ୮୦ ବଲରେ ୧୭୫ ରନର ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ ।