LIVE TV

ଶଙ୍କର ପୃଷ୍ଟିର ହେଲା ୧୮ ଘଣ୍ଟା ମାରାଥନ ଜେରା, ବଢିପାରେ ଗିରଫଦାରୀ ସଂଖ୍ୟା

NEWS7
bjd-leader-vk-pandian-campaigning-while-addressing-public-meeting-in-kantabanji

କଟକ/ବ୍ରହ୍ମପୁର: ପୋଲିସ SI ପରୀକ୍ଷା ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ୧୮ଘଣ୍ଟାର ମାରାଥନ ଜେରା ପରେ ବ୍ରହ୍ମପୁର ନିଆଯାଇ କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଅଧିକ ପଚରା ଉଚରା ପାଇଁ ଶଙ୍କର ପୃଷ୍ଟିକୁ ରିମାଣ୍ଡରେ ନେବାକୁ ହୋଇଛି ଯୋଜନା । ଗତ ଶନିବାର ଶଙ୍କର ପୃଷ୍ଟିକୁ ଉତ୍ତରାଖଣ୍ଡ ନେପାଳ ସୀମାରୁ ଉଠାଇ ଆଣିଥିଲା ପୋଲିସ । ସେହିଭଳି ଗାଜିଆବାଦରୁ ଜବତ୍ ହୋଇଥିଲା ଶଙ୍କର ପୃଷ୍ଟିର ଫର୍ଚୁନର କାର । ଶଙ୍କର ପୃଷ୍ଟି ଗିରଫ ହେବା ପରେ  ହଜାରେ କୋଟିର ଡିଲ୍ କଥା ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଆଗକୁ ତାର ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ ।

ପୋଲିସ SI ସ୍କାମ୍ । ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ । ଗତ ଶନିବାର ଶଙ୍କର ପୃଷ୍ଟିକୁ ଉତ୍ତରାଖଣ୍ଡ ନେପାଳ ସୀମାରୁ ଉଠାଇ ଆଣିଥିଲା ପୋଲିସ । ସେହିଭଳି ଗାଜିଆବାଦରୁ ଜବତ୍ ହୋଇଥିଲା ଶଙ୍କର ପୃଷ୍ଟିର ଫର୍ଚୁନର କାର । ଗତକାଲି ଠାରୁ ଆଜି ଭିତରେ ପ୍ରାୟ ୧୮ଘଣ୍ଟା ଧରି ଶଙ୍କର ପୃଷ୍ଟିଙ୍କୁ ପଚରା ଉଚରା କରାଯାଇଛି । କ୍ରାଇମବ୍ରାଞ୍ଚର ଅଧିକାରୀମାନେ ପର୍ଯ୍ୟାୟକ୍ରମେ ଶଙ୍କର ପୃଷ୍ଟିଙ୍କୁ ଜେରା କରିଛନ୍ତି । ଏଥି ସହ ଶଙ୍କର ସହ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିବା ଜଣାପଡ଼ିଛି । ଶଙ୍କର ପୃଷ୍ଟିର ବୟାନ ଆଧାରରେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ପୋଲିସ SI ସ୍କାଣ୍ଡାଲରେ ଗିରଫ ହୋଇଥିବା ଶଙ୍କର ପୃଷ୍ଟିର ସହଯୋଗୀ ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କ ସହ ଶଙ୍କର ପୃଷ୍ଟିକୁ ସାମ୍ନା ସାମ୍ନି ବସାଇ ଜେରା କରାଯାଇଛି । ଏହି ଜେରା ବେଳେ ଶଙ୍କର ପୃଷ୍ଟି ତଥା ତାର ସହଯୋଗମାନେ ଆଉ କାହାର ନାଁ କହିଛନ୍ତି ଅର୍ଥାତ୍ SI ସ୍କାମ୍ରେ ଆଉ କାହାର  ଲିଙ୍କ୍ ରହିଛି । ହଜାରେ କୋଟିର ଡିଲ୍ କଥା କୁହାଯାଉଛି ସେଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେସବୁର ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ସେହିଭଳି ଯେହେତୁ ଏହି ମାମଲାର CBI ତଦନ୍ତ କରାଯିବ ବୋଲି ସରକାର କହିଥିଲେ । ତେଣୁ ମାମଲାରେ ଗିରଫ ହୋଇଥିବା ଏ ସମସ୍ତ ଅଭିଯୁକ୍ତଙ୍କ ଠାରୁ ପୂରା ରାକେଟ୍ ଚେର ଖୋଳିପାରେ CBI ଆଗକୁ କେଉଁ ବଡ଼ ମାଛ ଏହି ମାମଲାରେ ଫଶୁଛନ୍ତି ତା ଉପରେ ରହିଛି ନଜର ।