Ind-SA Barabati T20 Match : ରେକର୍ଡ କହୁଛି ଦକ୍ଷିଣ ଆଫ୍ରିକା ମଜ୍‌ବୁତ୍, କିନ୍ତୁ ଏବେ ଜବରଦସ୍ତ ଫର୍ମରେ ଟିମ୍ ଇଣ୍ଡିଆ

NEWS7
bjd-leader-vk-pandian-campaigning-while-addressing-public-meeting-in-satyabadi

କଟକ ୦୯।୧୨:୧୦ ମାସ ପରେ ପୁଣି ଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଛି । ଆଜି ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିନିକିଆ ସିରିଜରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା । ଏବେ ଟି-ଟ୍ବେଣ୍ଟି ସିରିଜ୍  ଅଭିଯାନ ବାରବାଟୀ ବିଜୟରୁ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି । 

ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ, ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ସେମାନେ ବି ଭାରତକୁ କଡ଼ା ଟକ୍କର ଦେବେ।  ଘରୋଇ ବାରବାଟୀରେ କିନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ। ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ। ବାରବାଟୀରେ ଟସ୍ ଏକ ନିର୍ଣ୍ଣାୟକ ଭୂମିକା ନେବ। ବାରବାଟୀରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍।  ସମୟ ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଦୀର୍ଘ ପ୍ରତୀକ୍ଷାରେ ଘଟିବ ଅନ୍ତ। ପ୍ରକମ୍ପିତ ହେବ ଷ୍ଟାଡିୟମ, ରଙ୍ଗୀନ ଆଲୋକମାଳେ ଝଲସି ଉଠିବ ସାରା ଆକାଶ । ପ୍ରଥମଥର ପାଇଁ ନାଲିମାଟି ପିଚ୍ ରେ ହେବ ମୁକାବିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଠିକ୍  ସନ୍ଧ୍ୟା ୭ଟାରେ  ଘଣ୍ଟି ବଜାଇବେ। ଘଣ୍ଟି ବାଜିବା କ୍ଷଣି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ରେଣ୍ଡି ମ୍ୟାଚର ପଡ଼ିବ ପ୍ରଥମ ବଲ।