ବାଙ୍କୀରେ ଭି.କେ. ପାଣ୍ଡିଆନ୍‌ଙ୍କ ନିର୍ବାଚନୀ ପ୍ରଚାର, ‘ନୂଆ ଓଡ଼ିଶାରେ ବାଙ୍କୀରେ ଗଡିବ ମେଟ୍ରୋ ରେଳ’

Published By : Prameya-News7 Bureau | May 14, 2024 IST

ଭୁବନେଶ୍ବର ୧୪।୫: ବାଙ୍କୀରେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍‌ଙ୍କ ନିର୍ବାଚନୀ ପ୍ରଚାର । ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ପାଣ୍ଡିଆନ୍ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ପାଣ୍ଡିଆନ୍ କହିଛନ୍ତି, ବିଜେଡି ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି । ନୂଆ ଓଡ଼ିଶାରେ ବାଙ୍କୀରେ ହେବ ମେଟ୍ରୋ ରେଳ, ଏ ମାଟିର ପରିଚୟ ଉଜ୍ୱଳ ହେବ । ବିଜେପି ଦଳ ଓଡିଶାକୁ ୨୫ ବର୍ଷ ପଛକୁ ନେବେ । 

ପ୍ରଭାତ ତ୍ରିପାଠୀ ଏ ଅଞ୍ଚଳର ବହୁତ ସମ୍ମାନିତ ନେତା, ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ । ଦଳର ସଙ୍କଟ ସମୟରେ ସେ ଦଳ ପାଇଁ ଖୁବ୍‍ କାମ କରିଛନ୍ତି, ସହାୟତା କରିଛନ୍ତି । ଆପଣଙ୍କ ସାଂସଦ ପ୍ରାର୍ଥୀ ବଡ଼ ଚାକିରି ଛାଡ଼ି ଆସିଛନ୍ତି, କେବଳ ସେବା କରିବା ପାଇଁ ଆସିଛନ୍ତି । ଆପଣଙ୍କ ସେବା କରିବେ, ଏ ଅଞ୍ଚଳକୁ ପୁଞ୍ଜି ଆଣିବେ, ଯୁବପୀଢ଼ିଙ୍କୁ ରୋଜଗାର ଦେବେ । ଦେବୀ ରଞ୍ଜନ ତ୍ରିପାଠୀ ଛାତ୍ର ସମାଜର ସେନାପତି, ସେ ଆପଣଙ୍କ ଅଞ୍ଚଳର ଯୁବ ସମାଜର ନେତୃତ୍ୱ ନେଇଛନ୍ତି । ଏ ଦୁଇ ସେନାପତିଙ୍କୁ ଆପଣ ୨୫ ତାରିଖରେ ୫୦ ହଜାର ଭୋଟରେ ଜିତାନ୍ତୁ । 

ଆପଣଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଜୁନ୍ ୯ ତାରିଖରେ ଦାୟିତ୍ୱ ନେବେ । ପ୍ରଥମ ଦସ୍ତଖତରେ ଆପଣଙ୍କ ବିଜୁଳି ବିଲ୍‍ ଛାଡ଼୍‍ କରିବେ, ଜୁଲାଇ ମାସରୁ ବିଜୁଳି ବିଲ୍‍ ଆସିବ ନାହିଁ, ୯୦ ପ୍ରତିଶତ ପରିବାର ଉପକାର ପାଇବେ । ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି । ତେଣୁ ସେମାନେ ମଧ୍ୟ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ଆପଣ ଜାଣିଛନ୍ତି ? ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ, ତା’ପରେ ଆପଣ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି, ବିଜେପି ଆପଣଙ୍କୁ ଦିନରେ ଲଣ୍ଠନ ଦେଖାଉଛି । 

ବିଜେପି ଦଳ ୧୦ ବର୍ଷ କ୍ଷମତାରେ ରହିଲେ, LPG ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଲା । LPG ଦର ଯୋଗୁଁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି ? କିଛି କଲେ କି  ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି ।

You Can Read :

ଆସନ୍ତା ୧୬ରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’, ସୁରକ୍ଷା ବ୍ୟବସ୍ଥା କଡାକଡି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.