ଭୁବନେଶ୍ବର ୧୧।୪: ରାଜନୈତିକ ହଟଚମଟ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର । ସେ କହିଛନ୍ତି, ଶୃଙ୍ଖଳା ପାଇଁ ବିଜେଡି ତିଷ୍ଠି କି ଅଛି କ୍ଷମତାରେ ଥାଉ କିମ୍ବା ନଥାଉ । ଦଳ ନବୀନଙ୍କ ନେତୃତ୍ୱରେ ଚାଲିଛି । ଦଳରେ ଏଭଳି କିଛି ବାଦ ବିଷମ୍ବାଦ ଆସିପାରେ । ଦଳ ଏକଜୁଟ ହୋଇ ରହିବ । ଦଳରେ ଏମିତି କିଛି ସମସ୍ୟା ଅନୁଭବ ଯଦି ହେଉଛି ଦଳ ସୁପ୍ରିମୋ ତାକୁ ଅନୁଧ୍ୟାନ କରୁଛନ୍ତି । ସେ ବିଷୟରେ ସେ ସିଦ୍ଧାନ୍ତ ନେବେ । ଦଳ ଉପରେ କିଛିଟା ଆଞ୍ଚ ଆସିପାରେ । ପାଣ୍ଡିଆନ ଦଳ ଭିତରେ ନାହାନ୍ତି । ଯେବେଠୁ ସେ ସନ୍ନ୍ୟାସ ନେଲେ ସେବେଠୁ ତାଙ୍କୁ ଶଙ୍ଖ ଭବନରେ ଦେଖିବାକୁ ମିଳିନି । ବ୍ୟକ୍ତିଗତ କାହାର ସମ୍ପର୍କ ଥିବ । ନିର୍ବାଚନ ପରେ ଆମ ସରକାର ଗଲା ପରେ ଆମେ ତାଙ୍କୁ ଦେଖିବାକୁ ପାଉନୁ । ବରିଷ୍ଠ ନେତା ଯାହା କହୁଛନ୍ତି ବା ଅନୁଭବ କରୁଛନ୍ତି ସେ ବିଷୟରେ ସିଧା ସୁପ୍ରିମୋଙ୍କ ସହ କଥା ହେବା ଦରକାର । କିଛି ନୂଆ ବା ପରିବର୍ତ୍ତନ ଆବଶ୍ୟକ ଆଶା କରୁଛନ୍ତି ତ ସୁପ୍ରିମୋଙ୍କ ସହ କଥା ହୁଅନ୍ତୁ । ନବୀନ ମତ ଦେଇଛନ୍ତି କିନ୍ତୁ ସଂଗଠନରେ ପାଣ୍ଡିଆନ ରହିବେ ବୋଲି ନବୀନ କହିନାହାନ୍ତି । ବରିଷ୍ଠ ମାନେ ନବୀନଙ୍କ ଅତି ଘନିଷ୍ଠ ଲୋକ, ନବୀନଙ୍କ ସହ କଥା ହେଲେ ସମସ୍ୟା ସମାଧାନ ହେଇଯିବ ।
ସେହିଭଳି ଆୟୁଷ୍ମାନ ଯୋଜନା ନେଇ ମଧ୍ୟ ଅଶ୍ବିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମୟ କହିବ କେତେ ଲୋକଙ୍କୁ ଫାଇଦା ଦେବ ଆୟୁଷ୍ମାନ । ଏବେଠୁ ଏହାର ପ୍ରଭାବ କହିହେବନି । ଆଜିଠୁ କାର୍ଯ୍ୟକାରୀ ହେବ ଲୋକଙ୍କୁ କେତେ ଲାଭ ଦେବ ଦେଖାଯିବ । ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ଗରିବ ଲୋକ ଉପକୃତ ହେଉଥିଲେ । ଘରୋଇ ହସ୍ପିଟାଲ ପିଣ୍ଢା ମାଡି ପାରୁନଥିବା ଲୋକ ସେଠି ଚିକିତ୍ସା କରୁଥିଲେ । ଲୋକ ନବୀନଙ୍କୁ ନିଜ ବାପା ବୋଲି ଏଥିପାଇଁ ଭାବୁଥିଲେ । ସମୟ କହିବ ଆୟୁଷ୍ମାନ ଭାରତ ଯୋଜନା କେତେ ଠିକ୍ କେତେ ଭୁଲ୍ । କାର୍ଯ୍ୟକାରିତା ପରେ କୁହାଯିବ କେତେ ସଫଳ ।
You Can Read: