LIVE TV
LIVE TV

ଦିଲ୍ଲୀ ବିସ୍ଫୋରଣ ମାମଲା: ଆତଙ୍କବାଦୀ ଡାକ୍ତର ମୁଜମ୍ମିଲ ଓ ଶାହୀନ ପତିପତ୍ନୀ, ଜାଣନ୍ତୁ କ’ଣ କହିଛନ୍ତି NIAକୁ

NEWS7
bjd-mla-dhruba-sahoo-breaks-odisha-assembly-speakers--mic

ନୂଆଦିଲ୍ଲୀ ୨୭।୧୧: ଲାଲକିଲା ବିସ୍ଫୋରଣ ମାମଲାରେ ଜାତୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ତଦନ୍ତରେ ବଡ଼ ରହସ୍ୟ ଉଦଘାଟନ ହୋଇଛି। ଏହି ମାମଲାରେ ଗିରଫ ଡା.ମୁଜମ୍ମିଲ ଅହମଦ ଓ ଡା. ଶାହିନ ପତି ପତ୍ନୀ ବୋଲି ଜଣାପଡିଛନ୍ତି। ମୁଜମ୍ମିଲ ଯାଞ୍ଚ ଏଜେନ୍ସୀଙ୍କ ପଚରା ଉଚରାରେ ଡା ଶାହିନ ସଈଦ ତାର ଯୁବତୀ ବନ୍ଧୁ ନୁହେଁ ପତ୍ନୀ ବୋଲି କହିଛି। ଏ ପର୍ଯ୍ୟନ୍ତ ମନେ କରାଯାଉଥିଲା ଆତଙ୍କବାଦୀ ମଡ୍ୟୁଲରେ ମାଡାମ ସର୍ଜନ ନାମରେ ଜଣାଶୁଣା ଡା. ଶାହିନ ମୁଜମ୍ମିଲର ପ୍ରେମିକା । ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମୁଜମ୍ମିଲ ସେପ୍ଟେମ୍ବର ୨୦୨୩ରେ ଫରିଦାବାଦର ଅଲ ଫଲାହ ୟୁନିଭର୍ସିଟି ନିକଟରେ ଥିବା ଏକ ମସଜିଦ୍ ରେ ଶାହିନ ସହ ନିକାହ କରିଥିଲା।

ସରିୟା ଆଇନରେ ନିକାହ ଲାଗି ୫-୬ ହଜାର ମେହେରରେ ବିବାହ ପାଇଁ ସହମତି ହୋଇଥିଲା। ସୂତ୍ର ଅନୁସାରେ ଡା. ଶାହିନ ଜୈସ ମଡ୍ୟୁଲ ନିମନ୍ତେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସଂଗ୍ରହ ଲାଗି ୨୭-୨୮ ଲକ୍ଷ ଟଙ୍କା ଦେଇଥିଲେ। ଏଥିରେ ୨୦୨୩ରେ ମୁଜମ୍ମିଲକୁ ଅସ୍ତ୍ର କିଣିବା ଲାଗି ସାଢ ୬ଲକ୍ଷ ଟଙ୍କା ଓ ଉମରକୁ ୨୦୨୪ରେ ଫୋର୍ଡ ଇକେ ସ୍ପେର୍ଟସ କାର କିଣିବାକୁ ୩ଲକ୍ଷ ଟଙ୍କା ଉଦ୍ଧାର ଦେବାକୁ କହିଥିଲା। ଏନଆଇଏ ଯାଞ୍ଚରୁ ମୁଜମ୍ମିଲ ଫରିଦାବାଦର ଫତେପୁର ତଗା ଓ ଧୌଜ ଛଡା ଅଲ ଫଲାହରୁ ପାଖାପାଖି ୪ କିଲୋମିଟର ଦୂର ଜମାଲପୁର ଗାଁରେ ଏକ ୩ ବେଡରୁମର ଘର ଭଡାରେ ନେଇଥିଲା। ଘର ମାଲିକ ପୂର୍ବତନ ସରପଞ୍ଚ କହିଛନ୍ତି ଯେ କାଶ୍ମୀରରୁ ଫଳ ଆଣି ବେପାର କରିବାକୁ ମୁଜମ୍ମିଲ ତାଙ୍କଠୁ ମାସିକ ୮ ହଜାର ଟଙ୍କା ଭଡାରେ ଘର ନେଇଥିଲା।

ଏନଆଇଏ ଅନୁସାରେ ପୂର୍ବତନ ସରପଞ୍ଚ ଜୁମ୍ମାଙ୍କ ଜମାଲ ପୁର ଗାଁ ସଡ଼କ କଡରେ ଏକ ପ୍ଲାଷ୍ଟିକ କାରଖାନା ଥିଲା। ଏହି କାରଖାନାର ଉପରଘରଟିକୁ ମୁଜମ୍ମିଲ ଭଡାରେ ନେଇଥିଲା। ସରପଞ୍ଚ କହିଛନ୍ତି ଯେ ମୁଜମ୍ମିଲ ଯେତେବେଳେ ଘର ଭଡ଼ାରେ ନେଲେ ସେତେବେଳେ ତାଙ୍କ ସହ ଡା. ଶାହିନ ମଧ୍ୟ ଆସିଥିଲେ। ସେତେବେଳେ ମୁଜମ୍ମିଲ ତାଙ୍କୁ ପରିବାରର ସଦସ୍ୟ ବୋଲି କହିଥିଲା। ସେମାନେ କାଶ୍ମୀରରୁ ଫଳ ଆଣି ବେପାର କରିବା ପାଇଁ ଏକ ବଡ଼ ଘର ଆବଶ୍ୟକ କରୁଥିଲେ। ଏଣୁ ଏହି ଘପରେ ୩ଟି ବେଡରୁମ ସାଙ୍ଗକୁ ବଡ଼ ହଲ ଓ କିଚେନ ଡାଇନିଂ ଥିଲା।