କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକରେ ବିଜେଡି ବିଧାୟକଙ୍କୁ ବାଦ୍ ଅଭିଯୋଗ ଆଣିଲେ ଗଣେଶ୍ବର

Published By : Prameya-News7 Bureau | October 26, 2024 IST

କେନ୍ଦ୍ରାପଡ଼ା ୨୬।୧୦: କେନ୍ଦ୍ରାପଡ଼ାରେ ବାତ୍ୟା ପରେ ହୋଇଥିବା ସମୀକ୍ଷା ବୈଠକରେ ବିଜେଡି ବିଧାୟକ ମାନଙ୍କୁ ବାଦ୍ ଦିଆଯାଇଥିବା ଅଭିଯୋଗ । କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ଏଭଳି ଅଭିଯୋଗ ଆଣିଛନ୍ତି l କେନ୍ଦ୍ରାପଡା ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାତ୍ୟା ପରେ ପ୍ରାଶାସନିକ ସ୍ତରରେ କରିଥିବା ସମୀକ୍ଷା ବୈଠକ କରିଥିଲେ । ସେହି ବୈଠକରେ ଜିଲ୍ଲାର ବିଜେଡି ବିଧାୟକ ମାନଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ କରିଛନ୍ତି ଗଣେଶ୍ଵର l ସେ ଏହା ମଧ୍ଯ ଅଭିଯୋଗ କରିଛନ୍ତି ଯେ, ସମୀକ୍ଷା ବୈଠକରେ ବିଜେପି କର୍ମୀ ମାନେ ଉପସ୍ଥିତ ରହିବା ଘଟଣା ନିନ୍ଦନୀୟ l ଜିଲ୍ଲାର ବିଜେଡି ବିଧାୟକ ମାନଙ୍କୁ ଅଣଦେଖା କରାଯାଇଛି l କେବଳ ସେତିକି ନୁହେଁ ବାତ୍ୟା ପରବର୍ତ୍ତୀ ସମୟରେ ରିଲିଫ ଯୋଗାଣରେ ମଧ୍ଯ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି l ଲୋକମାନକୁ ଚୁଡ଼ା, ଗୁଡ଼, କିରୋସିନ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଦିଆଯାଉ ନାହିଁ l ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଦୌ ଗୋଖାଦ୍ୟ ଦିଆଯାଉନଥିବା ମଧ୍ୟ ବିଧାୟକ ଗଣେଶ୍ଵର ବେହେରା ଅଭିଯୋଗ କରିଛନ୍ତି l ସରକାରଙ୍କ ଏହି ପାତରଅନ୍ତର ନୀତି ପ୍ରତିବାଦରେ ଆବଶ୍ୟକ ପଡିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଗଣେଶ୍ଵର ବେହେରା ଚେତାବନୀ ଦେଇଛନ୍ତି l

You Can Read:

ବାତ୍ୟା ‘ଦାନା’ ସିନା ଚାଲିଗଲା, କିନ୍ତୁ ଏବେ ଆରମ୍ଭ ହୋଇଗଲାଣି ରାଜନୀତି

 

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.