ଭୁବନେଶ୍ବର ୨୩।୧୧: ଯାଜପୁରରେ ବିଧାୟକଙ୍କୁ ଆକ୍ରମଣ ଘଟଣା ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି, ଶାସକ ଦଳର ବୋଲକରା ସାଜିଛି ପୋଲିସ । ଧର୍ମଶାଳା ବିଧାୟକ ଗଣ୍ଡଗୋଳ କରିବାକୁ ଯାଇଥିଲେ ଜିଲ୍ଲାପାଳ ଅଫିସ୍ । ଧର୍ମଶାଳା ଅଞ୍ଚଳର ୨୦୦ ଲୋକ ସାଙ୍ଗରେ କାହିଁକି ନେଇଯାଇଥିଲେ । ହାତରେ କାହିଁକି କିଳା ଧରିକି ଯାଇଥିଲେ । ରାତିରେ ବିଧାୟକ କାହିଁକି ଅଫିସ ଯାଇଥିଲେ । କେବେଠୁ ରାତିରେ ଅଫିସ ଖୋଲିବ ବୋଲି ନୋଟିସ୍ ହୋଇଛି ବୋଲି ପ୍ରଶ୍ନ କଲେ ପ୍ରମିଳା । ଏବେ କିଛି ପ୍ରାକୃତିକ ବିପର୍ଯ୍ୟୟ ନାହିଁ, କଳା କାରନାମା ପାଇଁ ଅଫିସ ଯାଇଥିଲେ କି ? ୨୯ ବର୍ଷର ବିଧାୟକ ମୁଁ ରାତିରେ କେବେ ସରକାରୀ ଅଫିସ ଯାଇନାହିଁ । ବିଧାୟକଙ୍କୁ କେଉଁଠି ମାଡ଼ ହୋଇଛି, ଦେଖାଅ । ଗାଡିରେ ବସିଥିଲେ ବିଧାୟକ ମାଡ଼ କେମିତି ହେଲା । ଆନ୍ଦୋଳନ ହେଉଥିବା ସ୍ଥାନକୁ କାହିଁକି ଧସେଇ ପଶୁଥିଲେ । ଅନ୍ୟ ରାସ୍ତା ଦେଇ ଯାଇପାରିଥାନ୍ତେ ବୋଲି ପ୍ରମିଳା କହିଛନ୍ତି ।
You Can Read:
କଟକରୁ ଠାବ ହୋଇଥିବା ବାଂଲାଦେଶୀ ନାବାଳିକା ଏବେ ସୁସ୍ଥ, ହସ୍ତାନ୍ତର ପାଇଁ ନିଆଯାଉଛି ପଦକ୍ଷେପ