ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର, ଦଳରୁ ବହିଷ୍କୃତ କଲେ ସୁପ୍ରିମୋ

Published By : Prameya-News7 Bureau | September 06, 2024 IST

ଭୁବନେଶ୍ବର ୬।୯: ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେଡି ଦଳରୁ ରାଜ୍ୟସଭା ସାଂସଦ ଥିଲେ ସୁଜିତ । ତେବେ ତାଙ୍କ କାର୍ଯ୍ୟକାଳ ସରିବାର ଦୁଇ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।


 

ସେପଟେ ବିଜେଡି ଦଳରୁ ସୁଜିତ କୁମାରଙ୍କୁ ବହିଷ୍କୃତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୦ରେ ରାଜ୍ୟସଭାକୁ ପଠାଇଥିଲା ବିଜେଡି । ସେ ଦଳକୁ ଓ କଳାହାଣ୍ଡିବାସୀଙ୍କୁ ଧୋକା ଦେଇଥିବା ବିଜେଡି ଅଭିଯୋଗ ଆଣିଛି । ସୁଜିତ କୁମାରଙ୍କ ବହିଷ୍କାର ନେଇ ସୋସିଆଲ ମିଡିଆ ସାଇଟ୍‌ ‘ଏକ୍ସ’ରେ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।


ତେବେ ସୁଜିତ କୁମାରଙ୍କ ଇସ୍ତଫା-ବହିସ୍କାର ନାଟକ ରାଜନୈକିତ ମାହୋଲକୁ ସରଗରମ କରିଛି । କାର୍ଯ୍ୟକାଳ ସରିବାର ଦୁଇ ବର୍ଷ ପୂର୍ବରୁ ସୁଜିତ କୁମାରଙ୍କ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ମମତା ମହାନ୍ତଙ୍କ ରାସ୍ତାରେ ଯାଉଛନ୍ତି ସୁଜିତ କୁମାର । ବିଜେଡି ଦଳରୁ ଇସ୍ତଫା ଦେବା ସହ ରାଜ୍ୟସଭାରୁ ତାଙ୍କ ଇସ୍ତଫା ପରେ ସେ ବିଜେପି ମୁହାଁ ବୋଲି ଇଙ୍ଗିତ କରୁଛି । ତେବେ ସେ ଖୁବ୍‌ଶୀଘ୍ର ବିଜେପି ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଏବେ ତାଙ୍କ ଗତି କୁଆଡ଼େ ତାହା ଦେଖିବା ବାକି ।

ସେପଟେ ବିଜେଡି ଦଳରୁ ସୁଜିତ କୁମାରଙ୍କୁ ବହିସ୍କୃତ କରାଯାଇଛି । ଦଳ ବିରୋଧୀ କାମ ପାଇଁ ଦଳରୁ ବହିସ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

You Can Read:

ଦୁଇ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ, ବୈତରଣୀ ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.