ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

NEWS7
bjd-press-conference-on-budget-2024-25

ଭୁବନେଶ୍ୱର ୦୬/୦୩: ଭୁବନେଶ୍ୱରରେ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କଟକ, ଭୁବନେଶ୍ବର, ପାରାଦୀପରେ ରହିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହାସହ ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ।

କଟକ ମୁଣ୍ଡଳିରେ CISFର ୫୭ ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମୁଣ୍ଡଳି CISF କ୍ୟାମ୍ପରେ ଏଥିପାଇଁ ସ୍ବତନ୍ତ୍ର ଆୟୋଜନ ହୋଇଛି। ପରେ ପାରାଦୀପ ଯିବେ। ସେଠି IFFCOର ସଲଫରିକ୍ ଏସିଡ୍ ଫ୍ଲାଣ୍ଟର ଉଦଘାଟନ କରିବେ। ପରେ ଭୁବନେଶ୍ବର ଉପକଣ୍ଠ ଇନଫୋଭ୍ୟାଲିରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ।

ସେହିପରି ଆଜିଠାରୁ ଭୁବନେଶ୍ୱର ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଆୟୋଜିତ ହେଉଛି। ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ଆସନ୍ତା ୭ରୁ ୧୦ ତାରିଖ ପଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ପ୍ରଦର୍ଶନୀ ଖୋଲା ରହିବ। ସେହିଭଳି ଦେଶର ବିଭିନ୍ନ ସ୍ଥାନରେ ୮୮୯.୩୧ କୋଟି ଟଙ୍କା ବ୍ୟୟରେ ୫ଟି ବଡ଼ ପ୍ରକଳ୍ପର ଉଦଘାଟନ କରିବେ ଶାହ।