ଦୂରଦୃଷ୍ଟିର ବିହୀନ ବଜେଟ୍, ରୋଜଗାର ପାଇଁ ରୋଡ୍ ମ୍ୟାପ୍ ଦେବନି ଏହି ବଜେଟ୍ : ବିଜେଡି

Published By : Prameya-News7 Bureau | July 26, 2024 IST

ଭୁବନେଶ୍ବର ୨୬: ବଜେଟକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡି ମୁଖପାତ୍ର କହିଛନ୍ତି, ଶାସନ ଗୋଟେ ନିରନ୍ତର ପ୍ରକ୍ରିୟା । ୨୪ ବର୍ଷ ଧରି ବିଜେଡି ଶାସନ କରୁଥିଲା । ଏବେ ମୋହନ ସରକାର ଶାସନ ଭାର ନେଇଛନ୍ତି । ବର୍ତ୍ତମାନର ସରକାର ଯେଉଁ ବଜେଟ ଆଣିଛନ୍ତି ସେଥିରେ ଅଧିକ ନାଁ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଯୋଜନାର କମ୍ ବ୍ୟବସ୍ଥା କରାଯାଇଛି । ନବୀନ ବାବୁ ମୋହନ ସରକାରଙ୍କୁ ସ୍ୱଚ୍ଛଳ ଭାବେ ଅର୍ଥନୀତିକୁ ଛାଡିକି ଗଲେ । ଏବେ ରାଜ୍ୟର ଫିଜିକାଲ  ଡେଫିସିଟ ୩ ପ୍ରତିଶତରୁ କମ୍ ରହିଛି । ରାଜ୍ୟର ରାଜସ୍ୱ ବହୁତ ଗୁଣା ବଢିଛି । ଋଣ ପ୍ରତିଶତ ବହୁତ କମିଛି । ଅନେକ ଥର କେନ୍ଦ୍ର ସରକାର, ନୀତି ଆୟୋଗ ମଧ୍ୟ ରାଜ୍ୟର ଅର୍ଥନୀତିକୁ ପ୍ରଶଂସା କରିଛନ୍ତି । ଗତକାଲିର ବଜେଟ୍‌ରେ କୌଣସି ଦିଗ ନଥିଲା । କୌଣସି ଗୋଟିଏ କଥାକୁ ଯୋଡିଲେ ରାଜ୍ୟ ଏକ ନମ୍ବର ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ହେଉଛି । ଅର୍ଥନୀତିର ଧାରାରେ ଏବେ ବ୍ରେକ୍ ପଡିଲା ପରି ଲାଗୁଛି । ଏଥିରେ ଦୂରଦୃଷ୍ଟି ନାହିଁ । ଏହା କୌଣସି ଅର୍ଥନୈତିକ ବ୍ଲୁ ପ୍ରିଣ୍ଟ ନଥିବା ବଜେଟ୍ ।

ନୂଆ ଯୋଜନା ନୁହେଁ ବରଂ ନାମ ପରିବର୍ତ୍ତନକୁ କେବଳ ଧ୍ୟାନ ଦେଲା ନୂତନ ବଜେଟ୍ । ବିଜେପି ସରକାରଙ୍କ ଫୋକସ ରହିଲା କେମିତି ପୁରୁଣା ଚିହ୍ନବର୍ଣ୍ଣ ସବୁ ହଟେଇବା । କିନ୍ତୁ ଓଡ଼ିଶା ଯୋଜନା ପାଇଁ କୌଣସି ଫୋକସ୍ ରହିଲା ନାହିଁ । ଦୂରଦୃଷ୍ଟି ବିହୀନ ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ । ବିନା ବ୍ଲୁ ପ୍ରିଣ୍ଟରେ ପ୍ରସ୍ତୁତ ହୋଇଛି ବଜେଟ୍ ବୋଲି କ୍ଷୋଭ ପ୍ରକାଶ କଲା ବିଜେଡି । କେନ୍ଦ୍ରର ଏଜେଣ୍ଡା ବଜେଟକୁ ଓଡ଼ିଶା ବିଜେପି ନେତାଙ୍କ ମୁହଁରୁ କୁହାଗଲା ବୋଲି କହିଛି ବିଜେଡି । ଏହି   ବଜେଟରେ କୌଣସି ଯୋଜନା ନାହିଁ । ଏହି ବଜେଟରେ ଯୁବକ, ମହିଳା, ବୃଦ୍ଧଙ୍କ ପାଇଁ କୌଣସି ସହାୟକ କଲା ଭଳିଆ ନାହିଁ । କେନ୍ଦ୍ରର ସଖୀ କଣ୍ଢେଇ ପାଲଟି ଏଭଳି ବଜେଟ୍ ଉପସ୍ଥାପନ କରିଛନ୍ତି । ନବୀନ ବାବୁଙ୍କ ଯୋଜନା ଉଚ୍ଚକୋଟୀର ଥିଲା ବୋଲି କହିଲେ କିନ୍ତୁ କ୍ରେଡିଟ ଦେଲେନି ମୁଖ୍ୟମନ୍ତ୍ରୀ । ୪୦ଟି ଯୋଜନା ରଖିଲେ କିନ୍ତୁ ନାମ ପରିବର୍ତ୍ତନ କଲେ । ୨୫ ବର୍ଷର ସରକାର ଭଲ କାମ କରିନାହିଁ ବୋଲି ପ୍ରମାଣ କରିବାକୁ ଚାହିଁଛି । ଏହି ବଜେଟ୍ ମାତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।

You Can Read:

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକ : ସର୍ବଜନ କଲ୍ୟାଣକାରୀ ବଜେଟ୍ ପାଇଁ ଜଣାଇଲେ ଅଭିନନ୍ଦନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.