ଆନ୍ତଃ ରାଜ୍ୟ ବିବାଦ ସମାଧାନ ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି : ବିଜେଡି କହିଲେ- ଆଶା କରୁଛୁ ସମାଧାନ ପାଇଁ ଡବଲ ଇଞ୍ଜିନ ସରକାର କାମ କରିବ

Published By : Prameya-News7 Bureau | November 14, 2024 IST

ଭୁବନେଶ୍ବର ୧୪।୧୧: ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିକୁ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଆମେ ଆଶା କରୁଛୁ ଅନ୍ୟ ରାଜ୍ୟ ମାନଙ୍କ ସହ ଥିବା ଓଡିଶାର ବିଭିନ୍ନ ବିବାଦ ସମାଧାନ ପାଇଁ ଡବଲ ଇଞ୍ଜିନ ସରକାର କାମ କରିବ । ମହାନଦୀ, ପୋଲାଭରମ୍ ଓ କୋଟିଆ ବିବାଦର ସମାଧାନ ହେବ ବୋଲି ଆଶା । ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବେ ବୋଲି ମଧ୍ୟ ଆଶା କରୁଛୁ । 

ଅତୀତରେ ଏମିତି ଅନେକ କମିଟି ହୋଇଛି । କମିଟିର ଆନ୍ତରିକତାର ଆବଶ୍ୟକତା ଅଛି ଏ କଥାର ସମାଧାନ କରିବା ପାଇଁ । କମିଟି ଗଠନ କରି ଲୋକଙ୍କୁ ଭୁଆଁ ବୁଲାଇଲେ ଚଳିବ ନାହିଁ । ଓଡିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି ସତରେ ଆନ୍ତରିକତା ଅଛି କରନ୍ତୁ । କାରଣ ଏବେ ସେମାନଙ୍କ ପାଖରେ ସୁଯୋଗ ଅଛି ସମସ୍ୟାର ସମାଧାନ କରିବା ପାଇଁ । 

You Can Read:

ସ୍କୁଲରେ ଧୁମ୍‌ଧାମ୍‌ରେ ପାଳନ ହେଉଥିଲା ଶିଶୁ ଦିବସ, ଅଭିଭାଷଣ ବେଳେ ଟଳିପଡିଲେ ପ୍ରଧାନଶିକ୍ଷକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.