ଭୁବନେଶ୍ୱର,୧୩/୦୨: ଚମ୍ପୁଆ ବିଧାୟକଙ୍କ ଉପରେ ଖପ୍ପା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିବେଶନ ପୂର୍ବରୁ ସନାତନ ମହାକୁଡଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ । କହିଲେ କୁଆଡେ ଥିଲ, ବୈଠକକୁ କାହିଁକି ଆସିଲନି ? ପ୍ରଶ୍ନ ପଚାରିବାବେଳେ ଖୁବ୍ ବିରକ୍ତ ହୋଇଥିଲେ ନବୀନ । ତେବେ ଉତ୍ତର ବିଧାୟକ କହିଥିଲେ ମୋ ଦେହ ଭଲ ନଥିଲା ଅସୁସ୍ଥ ଥିଲି ।
ସୂଚନା ଥାଉକି, ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ବୁଧବାର ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ ।
ସନାତନ ମହାକୁଡ କାହିଁକି ବିଧାୟକ ଦଳ ବୈଠକକୁ ଆସିନଥିଲେ ବୋଲି ପ୍ରଶ୍ନ କରିଥିଲେ ନବୀନ । ଆହୁରି ବି କହିଥିଲେ କି ARE YOU MOVE TO BJP? ଯାହାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର୍ । ତେବେ ପ୍ରଶ୍ନ ଉଠୁଛି ନବୀନଙ୍କ ଏ ରାଗ ପଛର କାରଣ କଣ?
କହିବାକୁ ଗଲେ ସନାତନ ମହାକୁଡ ହେଉଛନ୍ତି କେନ୍ଦୁଝର ରାଜନୀତିର ଜଣେ ବଡ଼ ଚେହେରା । ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ଏଥର ସେ ବିଧାନସଭାକୁ ଆସିଛନ୍ତି । ହେଲେ ଏଥର କିନ୍ତୁ ୨୪ ବର୍ଷ ପରେ ଶାସକ ଦଳରୁ ବିରୋଧୀ ଦଳ ହୋଇଛି ବିଜେଡି । ଆଉ ଏଭଳି ସମୟରେ ସନାତନ ମହାକୁଡ ବିଧାୟକ ଦଳ ବୈଠକରେ ସାମିଲ ନହେବା, ନବୀନଙ୍କ ଖପ୍ପା ହେବାର କାରଣ ବୋଲି କୁହାଯାଉଛି ।