କଟକରେ ଚାଞ୍ଚଲ୍ୟ, ହୋଟେଲ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତନାଘନା ଚଳାଇଛି ପୋଲିସ

NEWS7
bjd-supremo-naveen-patnaik-campaign-at-kanisi-of-ganjam-district

କଟକ ୨୬/୧:  ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହ ଥିବାବେଳେ କଟକରୁ ଆସିଛି ଅଭାବନୀୟ ଖବର । ସିଡିଏ ସେକ୍ଟର ୧୧ ବମ୍ବେ ହୋଟେଲ ନିକଟରୁ ଝୁଲନ୍ତା ଅବସ୍ଥାର ମିଳିଛି ମହିଳାଙ୍କ ମୃତଦେହ । ସୋମବାର ସକାଳୁ କିଛି ସ୍ଥାନୀୟ ଲୋକ ମହିଳାଙ୍କ ମୃତଦେହ ଦେଖିଥିଲେ । ଖବର ପ୍ରଘଟ ହେବା ପରେ ହୋଟେଲ ପାଖରେ ଲୋକଙ୍କ ଭିଡ ଲାଗିଲା । ଖବର ପାଇ ପହଞ୍ଚିଥିଲା  ଫେଜ ୨ ଥାନା ପୋଲିସ । ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଏସ୍‌ସିବି ମେଡିକାଲକୁ ପଠାଯାଇଛି ।

ତେବେ ଚିନ୍ତାର ବିଷୟ ହେଉଛି ମୃତକଙ୍କ ପରିଚୟ ମିଳିପାରିନି । ସେ ନିଜେ କୌଣସି ସମସ୍ୟା ପାଇଁ ଜୀବନ ହାରିଛନ୍ତି ନା ତାଙ୍କୁ କେହି ମାରିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ତାର ଅନସନ୍ଧାନ ଚଳାଇଛି ପୋଲିସ । ମହିଳାଙ୍କ ପରିଚୟ ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛ । ​​​​​​​