ଭୁବନେଶ୍ବର ୫।୬: ଓଡିଶା ନିର୍ବାଚନ ଫଳାଫଳକୁ ନେଇ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ରେ ନବୀନ ପଟ୍ଟନାୟକ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ନବୀନ ପୋଷ୍ଟ କରି ଲେଖିଛନ୍ତି, ‘ଦଳମତ ନିର୍ବିଶେଷରେ ବିଜୟୀ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି ।’
ତେବେ ଯାହା ସୂଚନା ରହିଛି ବୁଧବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ପତ୍ର ଦେଇପାରନ୍ତି ନବୀନ । ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ବରେ ରହିବାକୁ ରାଜ୍ୟପାଳ କହିପାରନ୍ତି ।
ସେପଟେ ହିଞ୍ଜିଳିରୁ ନବୀନଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିବା ବେଳେ କଣ୍ଟାବାଞ୍ଜି ଆସନରୁ ନିରାଶ ହେବାକୁ ପଡ଼ିଛି । ବିଜେଡିର ଗଡ ଥିଲା ଗଞ୍ଜାମ ଜିଲ୍ଲା । ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ମାତ୍ର ୪୬୪୯ । ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜିଲ୍ଲାରେ ସମସ୍ତ ବିଜେତା ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ ଦୃଷ୍ଟିରୁ ଏହା ସର୍ବନିମ୍ନ । ନବୀନ ୬୬୩୫୮ ଭୋଟ୍ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଶିଶିର ମିଶ୍ର ୬୧୭୦୯ ଭୋଟ୍ ପାଇଛନ୍ତି । ନବୀନଙ୍କୁ ଏଥର କଡ଼ା ଟକ୍କର ଦେଇଛନ୍ତି ଶିଶିର ।
You Can Read :
ଲୋକସଭାରେ ଖାତା ବି ଖୋଲି ପାରିଲାନି ବିଜେଡି, ୨୦ ସିଟ୍ ପୋଛି ନେଲା ବିଜେପି