ବଳଙ୍ଗା ଘଟଣାକୁ ଅସନ୍ତୋଷ ଝାଡିଲେ ନବୀନ ପଟ୍ଟନାୟକ, କହିଲେ ମହିଳା ସୁରକ୍ଷା ଦେବାରେ ସରକାର ବିଫଳ

Published By : Prameya-News7 Bureau | July 19, 2025 IST

ପୁରୀ ୧୯/୦୭: ଏଫ୍‌ ଏମ୍ ଘଟଣା ମନରୁ ନଲିଭିଣୁ ପୁଣି ଘଟିଛି ଅଭାବନୀୟ ଘଟଣା । ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ୍ । ରାଜନୀତି ବି ଜୋର ଧରିଛି । ମହିଳା ସୁରକ୍ଷା ନେଇ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା । ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭିଜେଡି ସୁପ୍ରିମୋ । 

ସରକାରଙ୍କୁ ଟାର୍ଗେଟ୍ କରି ଝାଡିଛନ୍ତି ଅସନ୍ତୋଷ । ସେ କହିଛନ୍ତି ସପ୍ତାହକ ଭିତରେ ସ୍ପଷ୍ଟ ଦିବାଲୋକରେ ଦୁଇଟି ଘଟଣା ଘଟିଲା । ପ୍ରତ୍ୟେକ ଦିନ ମହିଳା ନିର୍ଯାତନା ଖବର ସାମ୍ନାକୁ ଆସୁଛି । ଏହା କେବଳ ହିଂସା ନୁହେଁ ହୁଗୁଳା ଶାସନ ବ୍ୟବସ୍ଥା ବୋଲି ଦର୍ଶାଇଛନ୍ତି ନବୀନ । ନବୀନ କହିଛନ୍ତି ଶାସନ ଚଳାଇବାରେ ସରକାର ପୁରା ବିଫଳ । 


ସେ ଆହୁରି କହିଛନ୍ତି, ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁନାହାନ୍ତି । ସରକାରୀ ନିଷ୍କ୍ରିୟତା ପାଇଁ ଓଡ଼ିଶା ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଯାଇଛି । ଏଭଳି ଘଟଣା କେମିତି ନଘଟିବ ବୋଲି ସରକାର ପ୍ରତିଶ୍ରୁତି ଦେବେ କି, କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି କେବେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.