ରାଜଧାନୀରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ, ନବୀନ ସରକାରଙ୍କୁ ଦାୟୀ କଲେ ସୋଫିଆ

Published By : Prameya-News7 Bureau | December 10, 2024 IST

ଭୁବନେଶ୍ବର ୧୦/୧୨: ରାଜଧାନୀ ରାଜରାସ୍ତାରେ ହଜାର ହଜାର ମିଶନ ଶକ୍ତିର ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସୋଫିଆ କହିଛନ୍ତି ଦୁଃଖ ଓ ଲଜ୍ଜାର ବିଷୟ ଯେ ମହିଳା ଆଜି ରାଜରାସ୍ତାରେ । ୨୪ ବର୍ଷ ଧରି ମିଶନ ଶକ୍ତି ନାଁ ବ୍ୟବହାର କରି ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବରେ ଲଗାଉଥିଲେ ନବୀନ ସରକାର । ମୋ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମହିଳାଙ୍କୁ ଭୋଟ୍‌ ବ୍ୟାଙ୍କ ଭାବରେ ବ୍ୟବହାର କରାଯାଉଥିଲା । ସେଥିପାଇଁ ମହିଳାମାନେ ଭୁଲିଯାଇଥିଲେ ସଶକ୍ତିକରଣ କଥା । ପୂର୍ବତନ ସରକାରର ଭୁଲ ପାଇଁ ଆଜି ଏ ଅବସ୍ଥା । ମିଶନ ଶକ୍ତି ମହିଳାଙ୍କ ଦରମା ନେଇ କଣ ପାଇଁ ଚୁକ୍ତି ରିନ୍ୟୁ କରିନଥିଲେ ବିଜେଡି ସରକାର ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ । 


 


 
 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.