ଅକ୍ଟୋବର ୨ରୁ ବିଜେଡିର ପଦଯାତ୍ରା, ଯୋଡ଼ିବ ୧ କୋଟି ସଦସ୍ୟ, ବିଫଳତା ଜଣାଇ ସରକାରଙ୍କୁ ଘେରିବାକୁ ଦଳ କରିଛି ରଣନୀତି

Published By : Prameya-News7 Bureau | September 27, 2024 IST

ଭୁବନେଶ୍ବର: ଲୋକଙ୍କ ପାଖକୁ ଯିବ ବିଜେଡି । ସରକାରଙ୍କ ବିଫଳତା ଜଣାଇବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ  ଅକ୍ଟୋବର ୨ରୁ ବିଜେଡି ଆରମ୍ଭ କରିବ ପଦଯାତ୍ରା । ସେହିଭଳି ଅକ୍ଟୋବର ୯ରୁ ଦୁଇମାସ ଧରି ଚାଲିବ ସଭ୍ୟ ସଂଗ୍ରହ ଅଭିଯାନ । ଦୁଇଟି ପର୍ଯାୟରେ ୧୫ ଦିନ ପଦଯାତ୍ରା କରିବ ବିଜେଡି । ପ୍ରଥମ ପର୍ଯାୟ ଅକ୍ଟୋବର ୨ରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିତୀୟ ପର୍ଯାୟ ଅକ୍ଟୋବର୨୧ ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ସଭ୍ୟ ସଂଗ୍ରେହ ଅଭିଯାନ ଆରମ୍ଭ କରିବ ବିଜେଡି । ଦୁଇ ମାସ ଧରି ସଭ୍ୟ ସଂଗ୍ରେହ ଅଭିଯାନ କରିବ ବିଜେଡି । ଶୁକ୍ରବାର ଦଳ ପକ୍ଷରୁ ବସିଥିବା ବୈଠକରେ ଏହାକୁ ସବୁଜ ସଂକେତ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପଦଯାତ୍ରାରେ ଲୋକଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛି ଦଳ । କୋଟିଏରୁ ଅଧିକ ସଦସ୍ୟ ଦଳରେ ଯୋଡିବାକୁ ଟାର୍ଗେଟ ରଖିଛି ଦଳ ।

ସୂଚନାଥାଉକି, ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ପ୍ରଥମ ଥର ପାଇଁ  ବସିଥିଲା ଜିଲ୍ଲା ସଭପତିଙ୍କ ବୈଠକ । ନବ ଗଠିତ କମିଟି ମେମ୍ବରଙ୍କ ସହିତ ଜିଲ୍ଲାସଭାପତିମାନେ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ୨୯ ଜଣ ସଦସ୍ୟ ସଂଗଠନ ମଜଭୁତ ତଥା ଆଗାମୀ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବୈଠକରେ ନବୀନ ସବୁ ନେତାଙ୍କୁ ଗାଁକୁ ଯାଇ ଲୋକଙ୍କ ସହ ଯୋଡି ହେବାକୁ ନିର୍ଦେଶ ଦେଇଛନ୍ତି । ଏହାସହ ପଦଯାତ୍ରା ଜରିଆରେ ନୂଆ ସରକାରର ବିଫଳତାକୁ ଘରେ ଘରେ ପହଁଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି ।

ପୂର୍ବାହ୍ନରେ  ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମନ୍ବୟ କମିଟି ଏବଂ  କର୍ଯ୍ୟକ୍ରମ କମିଟି  ଜିଲ୍ଲାସଭାପତି ମାନଙ୍କ ସହିତ ଆଲୋଚନା କରି ଆଗମୀ ରଣନୀତି ସମ୍ପର୍କରେ ଆଲୋଚନା କରି ବିଭନ୍ନା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହି ପ୍ରସ୍ତାବ ଅପରାହ୍ନ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉପସ୍ଥାପନ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.