ବିନା ବିରୋଧୀ ଦଳରେ ବିଧାନସଭା ଚଳାଇଲେ ଆମେ ସହଯୋଗ କରିବୁ ନାହିଁ : ବିଜେଡି

Published By : Prameya-News7 Bureau | March 26, 2025 IST

ଭୁବନେଶ୍ବର ୨୬: ବିଧାନସଭାରେ ବିଧାୟକଙ୍କୁ ପୋଲିସ ମାଡ଼ ଘଟଣା ବାଚସ୍ପତି ଚୁପ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି, ମଙ୍ଗଳବାର ଯେଉଁଭଳି ଭାବରେ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ବାହାର କରାଗଲା ସେମାନେ ଆହତ ହୋଇଛନ୍ତି । ଆପଣ କିଛି କହୁନାହାନ୍ତି । ଆମେ ପଛୁଆବର୍ଗଙ୍କ ପାଇଁ ଧାରଣା ଦେଇଛୁ । ଆମକୁ ବି ପୋଲିସ ମାଡ଼ ମାରିଛି । ଆପଣ କ’ଣ ନିର୍ଦ୍ଦେଶ ଦେଇଛନ୍ତି ଆମକୁ ମାଡ଼ ମାରିବା ପାଇଁ । ଗଲା ବେଳକୁ ପୋଲିସ ତାଲା ପକାଇଲା ଆସିଲା ବେଳେ ଅଧ ଘଣ୍ଟା ଛିଡ଼ାହେଲୁ । ବିନା ବିରୋଧୀ ଦଳରେ ଆପଣ ଯଦି ବିଧାନସଭା ଚଳାଇବେ ଆମେ ସହଯୋଗ କରିବୁ ନାହିଁ ବୋଲି ପ୍ରମିଳା କହିଛନ୍ତି ।


ସେପଟେ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଆପଣଙ୍କ ବ୍ୟକ୍ତିଗତ ଏଜେଣ୍ଡା କଣ ଜଣାନ୍ତୁ । ବିଭିନ୍ନ ଆଳ ଦେଖାଇ ବିରୋଧୀ ଦଳ ମୋସନକୁ ଗ୍ରହଣ କରୁନାହାନ୍ତି । ଜଡ଼ର ମୂଳ କେଉଁଠି ରହିଲା । ବିରୋଧୀ ଦଳ ଗୋଟେ କାର୍ଯ୍ୟକ୍ରମ କରିବା ପାଇଁ ଜଣାଇଲେ ଆପଣ ନ୍ୟାୟ ଦେବେ, କିନ୍ତୁ ଆପଣ ଏକ ଏକପାଖିଆ କଲେ । ୪୦ ବର୍ଷ ଇତିହାସରେ ଦେଖିନଥିଲୁ । ବିଧାନସଭା ଭିତରେ ପୋଲିସ ପଶିଲା, ତାରାଙ୍କ ସୁନା ଚେନ୍ ଛଡ଼ାଇଲେ । ବିବୃତ୍ତି ଦିଅନ୍ତୁ ଗୃହରେ ଶାନ୍ତି ଫେରାନ୍ତୁ । ଆମ ସ୍ବର ବନ୍ଦ କରି ଯଦି ଗୃହ ଚଳାଇବେ ଆମେ ଚଳାଇ ଦେବୁନାହିଁ । ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ । ଗୃହକୁ ଏକପାଖିଆ ଚଳେଇଲେ ଆମେ ଆପଣଙ୍କ ସହ ନାହୁଁ । ବାଚସ୍ପତିଙ୍କୁ ଅନୁରୋଧ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

You Can Read:

ବିନା ବିରୋଧୀ ଦଳରେ ବିଧାନସଭା ଚଳାଇଲେ ଆମେ ସହଯୋଗ କରିବୁ ନାହିଁ : ବିଜେଡି

 

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.