‘ପାରିବାରିକ କମ୍ପାନି’: ରାହୁଲ ଗାନ୍ଧୀ ୱାୟନାଡ ଛାଡ଼ିବା ପରେ ବିଶ୍ୱାସଘାତକ ଅଭିଯୋଗ ଆଣିଲା ବିଜେପି

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ି ରାୟବରେଲିରୁ ସାଂସଦ ରହିବା ପାଇଁ ଘୋଷଣା କରିଛନ୍ତି । ଏହାସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବେ ୱାୟନାଡରୁ ଉପନିର୍ବାଚନ ଲଢିବେ ବୋଲି ଘୋଷଣା ସରିଛି । ଏହାରି ଭିତରେ ବିଜେପି ବିରୋଧୀ କଂଗ୍ରେସ ଉପରେ ବିଶ୍ୱାସଘାତକ ଅଭିଯୋଗ ଆଣିବା ସହ ଏହାକୁ ପାରିବାରିକ କମ୍ପାନି ବୋଲି କହିଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ବିଶ୍ୱାସଘାତକତାର ଧାରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ତୃତୀୟ ଲୋକସଭା ନିର୍ବାଚନ ପରାଜୟର କାରଣ ଥିଲା । ସେ ଏକ୍ସରେ ଲେଖିଛନ୍ତି, 'ଏହା ଲଜ୍ଜା ଏବଂ କଂଗ୍ରସର ଲଜ୍ଜାହୀନତା ଅଟେ-ୱାୟନାଡର ମତଦାତାଙ୍କ ଉପରେ ନିଜର ବଂଶର ଜଣେ ପରେ ଜଣେ ସଦସ୍ୟଙ୍କୁ ଥୋପିବା । ଏବଂ ରାହୁଲ ଗାନ୍ଧୀଙ୍କ ଅନ୍ୟ ଆସନରୁ ନିର୍ବାଚନ ଲଢିବା ତଥ୍ୟ ଲୁଚାଇବା ମଧ୍ୟ ଲଜ୍ଜାଜନକ ଅଟେ ।'

ପଢନ୍ତୁ: ଇନ୍ଦିରାଙ୍କଠାରୁ ପ୍ରିୟଙ୍କାଙ୍କ ଯାଏ, ଦକ୍ଷିଣ ଭାରତ ଏବଂ ଗାନ୍ଧୀ ପରିବାରର ରହିଛି ଖାସ୍ ସମ୍ପର୍କ

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶହଜାଦ ପୁନାୱାଲ କଂଗ୍ରେସର ନିଷ୍ପତ୍ତିକୁ ବଂଶବାଦ ରାଜନୀତିର ଉଦାହରଣ ବୋଲି କହିଛନ୍ତି । ଏହାସହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶରେ ଉପନିର୍ବାଚନ ସାମନା କରିବାକୁ ଭୟ କରୁଛନ୍ତି ।

ରାହୁଲ ଗାନ୍ଧୀ ସୋମବାର ୱାୟନାଡ ଆସନ ଛାଡ଼ିବା ସହା ସେଠାକାର ଲୋକଙ୍କ ସହ ନିଜର ସମ୍ପର୍କକୁ ନେଇ ଅତ୍ୟନ୍ତ ଭାବନାତ୍ମକ ବୟାନ ଦେଇଛନ୍ତି । ସେ କହିଥିଲେ ଯେ ୱାୟନାଡର ଲୋକମାନେ ସେହି ସମୟରେ ଉର୍ଜା ଦେଇଥିଲେ ଯେତେବେଳେ ସେ ଖରାପ ସ୍ଥିତି ଦେଇ ଗତି କରୁଥିଲେ । ଏବେ ପ୍ରିୟଙ୍କା ଗାନ୍ଧୀ ସେଠାରେ ଖାଲି ହୋଇଥିବା ଆସନରେ ଉପନିର୍ବାଚନ ଲଢିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.