ମନ୍ତ୍ରୀ କହିଲେ ସରକାରକୁ ବଦନାମ୍ କରିବାକୁ ମନୁଷ୍ୟକୃତ ଆଳୁ ଅଭାବ କରାଗଲା, ବିଜେଡ଼ିର ଯୁକ୍ତି ମନ୍ତ୍ରୀଙ୍କର ଆଳୁ ହ୍ୟାଙ୍ଗଓଭର ଯାଇନି

Published By : Prameya-News7 Bureau | December 05, 2024 IST

ଭୁବନେଶ୍ବର ୫।୧୨: ଆଳୁ ଦରକୁ ବଡ଼ ବୟାନ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ମନୁଷ୍ୟକୃତ ଅଭାବ ତିଆରି କରାଗଲା । ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଥମେ ମନା କଲେ ଆମେ ଆଳୁ ଦେବୁ ନାହିଁ । ଏବେ ପୁଣି ରାଜି ହେଲେ ଦେବାକୁ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣିନାହିଁ । ମାର୍କେଟ୍‌ରେ ପରିମାଣ କମିଲେ ଦର ବଢ଼େ । ଏବେ ତ ଦର ସ୍ୱାଭାବିକ ଅଛି । ଦର ଆହୁରି କମିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ଅଭିଯୋଗକୁ କାଉଣ୍ଟର କରିଛି ବିଜେଡ଼ି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ଯୋଗାଣ ମନ୍ତ୍ରୀଙ୍କ ଆଳୁ ହ୍ୟାଙ୍ଗଓଭର ଯାଉନି । ତାଙ୍କ ଭଳି କୌଣସି ମନ୍ତ୍ରୀ ଏତେ ଶସ୍ତା ବିବୃତି ଦେଇ ନଥିବେ କି ବାରମ୍ବାର ବିବୃତି ଓଲଟାଇ ନଥିବେ । ମନ୍ତ୍ରୀଙ୍କ ମନୁଷ୍ୟକୃତ ବିବୃତି ଅତ୍ୟନ୍ତ ନିନ୍ଦନୀୟ । ତାଙ୍କର ଅପାରଗତକୁ ଘୋଡ଼େଇବା ପାଇଁ ଏଭଳି ବିଭ୍ରାନ୍ତିକର ବିବୃତି ଦେଇଛନ୍ତି । ମନ୍ତ୍ରୀ କିନ୍ତୁ ତାଙ୍କ ପ୍ରୟାସରେ କିଛି କରିପାରିଲେନି । ଆଳୁକୁ ନେଇ ରାଜନୀତି ମନ୍ତ୍ରୀ ନିଜେ କରୁଛନ୍ତି । ମନ୍ତ୍ରୀ କହୁଛନ୍ତି ଉତ୍ତରପ୍ରଦେଶରୁ ଆଳୁ ଆସିବ । ଟ୍ରେନ୍‌ରେ ଆଳୁ ଆସିବ କାହିଁକି । ବିଭ୍ରାନ୍ତିକର ବୟାନ ନଦେଇ ଆଳୁ ଅଭାବ କେମିତି ପୂରଣ ହେବ ଧ୍ୟାନ ଦିଅନ୍ତୁ । ନହେଲେ ମନ୍ତ୍ରୀ ଯେତେ ବଦନାମ ହେଲେଣି ତାଙ୍କ ମନ୍ତ୍ରୀ ପଦ ବିପଦରେ । 

You Can Read:

ସମ୍ବଲପୁର ଜୁ’ରେ ବାଘୁଣୀ ରାନୀର ମୃତ୍ୟୁ, ଗର୍ଭାଶୟରେ ସଂକ୍ରମଣ ଯୋଗୁଁ ଚାଲିଥିଲା ଚିକିତ୍ସା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.