ସୋରରେ ପ୍ରାର୍ଥୀ ବଦଳାଇଲା ବିଜେପି, ରାଜେନ୍ଦ୍ର ଦାସଙ୍କ ସ୍ଥାନରେ ଲଢିବେ ପର୍ଶୁରାମ ଧଡ଼ା

Published By : Prameya-News7 Bureau | May 14, 2024 IST

ଭୁବନେଶ୍ବର ୧୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସିଲା ଏକ ବଡ ଖବର । ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା ବିଜେପି । ସୋର ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି l ପୂର୍ବରୁ ସୋର ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଏବେ ତାହାକୁ ପରିବର୍ତ୍ତନ କରିଛି । ଶେଷ ମୁହୂର୍ତ୍ତରେ ରାଜେନ୍ଦ୍ର ଦାସଙ୍କ ସ୍ଥାନରେ ବିଜେଡିରୁ ଇସ୍ତଫା ଦେଇଥିବା ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେପି ସୋରରୁ ପ୍ରାର୍ଥୀ ଘୋଷଣା କରିଛି । 

ପର୍ଶୁରାମ ଧଡା ପୂର୍ବରୁ ବିଧାୟକ ଥିଲେ । ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ହୋଇ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ପର୍ଶୁରାମ । ଚଳିତ ନିର୍ବାଚନ ପାଇଁ ବିଜେଡି ପର୍ଶୁରାମଙ୍କ ସ୍ଥାନରେ ମାଧବ ଧଡାକୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ପର୍ଶୁରାମ ଅସନ୍ତୁଷ୍ଟ ଥିଲେ । ଫଳରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । 

ଉଲ୍ଲେଖଯୋଗ୍ୟ ଯେ, ଏଥର ସୋର ବିଧାନସଭା ଆସନରେ ହେବ ତ୍ରିମୁଖୀ ଲଢ଼େଇ । ଏଠାରେ ବିଜେଡି ମାଧବ ଧଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୁବ୍ରତ ଧଡାଙ୍କୁ ପ୍ରାର୍ଥୀ କରିଛି । ସୋର ବିଧାନସଭା ଆସନ ପାଇଁ ତିନି ଧଡାଙ୍କ ମଧ୍ୟରେ ହେବ ବିଗ୍ ଫାଇଟ୍ ।

You Can Read :

ବୁଧବାର ଓଡିଶା ଆସିବେ ଅମିତ ଶାହ, କଟକରେ ହେବ ବିରାଟ ରୋଡ ସୋ'

 

 

  • BJP
  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.