ବ୍ଲାକ ଲିଷ୍ଟ କମ୍ପାନିକୁ ପରୀକ୍ଷା ଖାତା ଦେଖା ଦାୟିତ୍ବ ପ୍ରସଙ୍ଗରେ ସରକାରଙ୍କୁ ବିଜେଡିର ଟାର୍ଗେଟ

NEWS7
bjp-councillor-joins-bjd-in-baripada-of-mayurbhanj-district

ଭୁବନେଶ୍ବର: ମହାଶିବରାତ୍ରିରେ ବିଭ୍ରାଟ, ରତ୍ନ ଭଣ୍ଡାର ଗଣତି ମଣତି ପ୍ରସଙ୍ଗ ପରେ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିଛି ବିଜେଡି। ସୋମବାର ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ସାମ୍ବାଦିକ ସମ୍ମିଳନୀରେ ଏପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଇପସିତା କହିଛନ୍ତି, ୩ ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଖାତା ମୂଲ୍ୟାଙ୍କନ ପାଇଁ ସରକାର ଏକ ବ୍ଲାକ ଲିଷ୍ଟ କମ୍ପାନିକୁ ଦାୟିତ୍ଵ ଦେଇଛନ୍ତି। ଯେଉଁ କମ୍ପାନି ୨୦୧୯ ମସିହାରେ ତେଲେଙ୍ଗାନା ପରୀକ୍ଷା ମୂଲ୍ୟାଙ୍କନ ଦାୟିତ୍ୱ ନେଇଥିଲେ। କିନ୍ତୁ ଭୁଲ୍ ମୂଲ୍ୟାଙ୍କନ ଯୋଗୁ ୪ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା ଓ ୧୯ ଜଣ ଛାତ୍ରଛାତ୍ରୀ ସୁଇସାଇଡ କରିଥିଲେ। ରାଜ୍ୟ ସରକାର ଏହି ଘଟଣା ଜାଣିବା ପରେ ବି କାହା ସ୍ବାର୍ଥରେ ଏହି କମ୍ପାନିକୁ ଦାୟିତ୍ଵ ଦେଉଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ?

ସେ ଆହୁରି କହିଛନ୍ତି କମ୍ପାନିର ଟେଣ୍ଡର ପେପର ଅନଲାଇନରେ ଉପଲବ୍ଧ ନାହିଁ ଯାହା ଫଳରେ ଆହୁରି ଅଧିକ ଦ୍ଵନ୍ଦ ବଢ଼ିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଯଦି ସରକାର ନ ଖେଳନ୍ତୁ ନ ହେଲେ ବିଜୁ ଛାତ୍ର ଜନତା ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ଇପସିତା।