ସମ୍ବଲପୁର ୧୪/୧୧: ସୁପ୍ରିମକୋର୍ଟରେ ଜୟ ନାରାୟଣ ମିଶ୍ରଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମୋ ନାଁରେ ୭୨ କେସ୍ ରହିଛି । କେଉଁ କେସ୍ ମୁଁ ଜାଣିନି । ସୁପ୍ରିମକୋର୍ଟରୁ କୌଣସି ନୋଟିସ କିମ୍ବା ଅର୍ଡର ମତେ ଆସିନି । ଅର୍ଡର ଆସିଲା ପରେ ମୁଁ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନେବି । ମୁଁ ବିରୋଧୀ ଦଳରେ ଥିବାବେଳେ ବିଜେଡି ମୋ ନାଁରେ ଅନେକ କେସ୍ କରାଇଛି । ଏ ଭିତରେ ୭ରୁ ୮ କେସ୍ ଖାରଜ ହୋଇ ସାରିଲାଣି । ଆଗକୁ ଦେଖିବେ ସବୁ କେସ୍ ଖାରଜ ହୋଇଯିବ। ମୁଁ ମାଡ ମାରିନି, ଅଫିସର ମୋର ଗୋଡକୁ ମାଡିଦେବାରୁ ମୁଁ ଠେଲି ଦେଲି ବୋଲି ଜୟ ନାରାୟଣ କହିଛନ୍ତି। ଏହା ସହ ପୋଲିସ ଜନତାଙ୍କୁ ବାଡେଇଲେ ପୋଲିସକୁ ଗୋଡେଇ ଗୋଡେଇ ବାଡେଇବା କଥା ବୋଲି କହିଲେ ।
କଂଗ୍ରେସ ନେତାଙ୍କ ସ୍ୱାଗତ ବ୍ୟାନରରେ ଭାରତର ଭୁଲ ମାନଚ...