LIVE TV

ରାହୁଲ ଗାନ୍ଧୀ ଭାରତର ନେତୃତ୍ୱ ନେବାକୁ ଉଚିତ ବ୍ୟକ୍ତି ନୁହଁନ୍ତି: ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ

NEWS7
bjp-mla-replaced-by-kapil-mishra-in-karawal-nagar-fielded-from-another-delhi-seat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ପ୍ରଶଂସକ କୁହାଯାଉଥିବା ଆମେରିକୀୟ ଗାୟିକା ଏବଂ ଅଭିନେତ୍ରୀ ମ୍ୟାରୀ ମିଲବେନ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ନିଜ ମତ ରଖିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତର ନେତୃତ୍ୱ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି ନୁହଁନ୍ତି ବୋଲି ମିଲବନ କହିଛନ୍ତି। ଆଇଏଏନ୍‌ଏସ୍‌କୁ ସାକ୍ଷାତ୍‌କାର ଦେଇ ମିଲବେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହିତ ରାହୁଲ ଗାନ୍ଧୀ ଅଧିକାଂଶ ବିଦେଶ ଗସ୍ତ ସମୟରେ ସେ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ ଦେଶକୁ ନେତୃତ୍ୱ ଦେବା ପାଇଁ ସକ୍ଷମ କି ବୋଲି ପ୍ରଶ୍ନ କରିବାରୁ ମିଲବେନ କହିଛନ୍ତି ଯେ ଭାରତକୁ ନେତୃତ୍ୱ ଦେବା ପାଇଁ ଉଚିତ ବ୍ୟକ୍ତି ବୋଲି ମୁଁ ବିଶ୍ୱାସ କରେ ନାହିଁ। ଏହା ପୂର୍ବରୁ ପ୍ରମାଣିତ ହୋଇସାରିଛି। କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲୋକେ ୩ ଥର ଜିତାଇ ସେ ସର୍ବୋତ୍ତମ ନେତା ବୋଲି ପ୍ରମାଣତି କରିଦେଇଛନ୍ତି।  

ସେହିପରି ରାହୁଲ ଗାନ୍ଧୀଙ୍କ ବିଷୟରେ ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ନିଜ ପସନ୍ଦ ଦର୍ଶାଉଛି ଯେ ସେ ଭାରତକୁ ନେତୃତ୍ୱ ନେବା ପାଇଁ ଉପଯୁକ୍ତ ନୁହଁନ୍ତି। ସେ ତାଙ୍କର ଅଧିକାଂଶ ସମୟ ବିଶ୍ୱରେ ଭ୍ରମଣ କରିବାରେ ବିତାଇଥାନ୍ତି ଏବଂ ପ୍ରାୟତଃ ନିଜ ଦେଶ ବିଷୟରେ ନକାରାତ୍ମକ କଥା କୁହନ୍ତି। ଆପଣ ସବୁବେଳେ ଦେଶ ଏବଂ ଏହାର ଲୋକଙ୍କୁ ସମାଲୋଚନା କରିପାରିବେ ନାହିଁ, ଆଉ ନିର୍ବାଚନ ଜିତିବା ଦେଶବାସୀଙ୍କ ପସନ୍ଦର ନେତା ହେବାକୁ ଆଶା କରିପାରିବେ ନାହିଁ। ସେ ବାରମ୍ବାର ଆମେରିକା ଗସ୍ତ କରନ୍ତି, ଏବଂ ପ୍ରତ୍ୟେକ ଥର ସେ ଏଠାକୁ ଆସିଲେ, ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ନକାରାତ୍ମକ କଥା କୁହନ୍ତି। ମୁଁ ବୁଝିପାରୁ ନାହିଁ ଯେ ଜଣେ କିପରି ଏମିତି ଏକ ଦେଶକୁ ନେତୃତ୍ୱ ଦେବାର ଆଶା କରୁଛନ୍ତି ଯାହା ବିଷୟରେ ସେ ନିଜେ ଏତେ ନକାରାତ୍ମକ କଥା କହୁଛନ୍ତି।

ସେହିପରି ଅପରେସନ ସିନ୍ଦୁରରେ ପ୍ରଧାନମନ୍ତ୍ରୀଙ୍କର ଦୃଢ଼ ନେତୃତ୍ୱକୁ ସେ ପ୍ରଶଂସା କରିଛନ୍ତି ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ। ଆତଙ୍କବାଦୀ ଆକ୍ରମଣ ପରେ ଏହି ଅଞ୍ଚଳରେ ଶାନ୍ତି ଆଣିବା ବଳିଦାନର କାର୍ଯ୍ୟାନୁଷ୍ଠାନ ଆଦି ନେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପାଇଁ ମୁଁ ନିଶ୍ଚିତ ଭାବରେ ତାଙ୍କୁ ପ୍ରଶଂସା କରୁଛି। ଭାରତକୁ ରକ୍ଷା କରିବା ଏବଂ ଭାରତକୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାହସିକ ନେତୃତ୍ୱକୁ ମୁଁ ପ୍ରଶଂସା କରୁଛି ବୋଲି ମିଲବେନ କହିଛନ୍ତି।... ବିଶ୍ୱରେ ଦେଖା ଦେଉଥିବା ନାନା ଉତ୍ତେଜନା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ଭଳି ନେତାମାନେ ଆଗେଇ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ସେହିପରି ଭାରତ ବିରୁଦ୍ଧରେ ଆମେରିକାର ଟାରିଫ ନୀତିକୁ ସମାଲୋଚନା କରିଛନ୍ତି ମିଲବେନ। ସେ କହିଛନ୍ତି ଯେ ଏହା ଟ୍ରମ୍ପଙ୍କର କୂଟନୀତି। ମୋଦୀ ମଧ୍ୟ ସବୁବେଳେ ଦେଶକୁ ଆଗକୁ ରଖନ୍ତି। ତେବେ ସତ କହିବାକୁ ଗଲେ ଟ୍ରମ୍ପ ପ୍ରଶାସନର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଏଭଳି ଆକ୍ରମଣାତ୍ମକ ମନୋଭାବରେ ମୁଁ ଖୁସି ହୋଇ ନଥିଲି। ପ୍ରାୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲୋଚନା ଟେବୁଲକୁ ଆସିବାକୁ ଏକ ପ୍ରକାର ଧମକ ଦେବାର ପଦ୍ଧତିକୁ ମୁଁ ପସନ୍ଦ କରିନଥିଲି ବୋଲି କହିଛନ୍ତି ଆମେରକୀୟ ଗାୟିକା

ବିହାର ନିର୍ବାଚନରେ ମଧ୍ୟ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଜେଣ୍ଡା ସଫଳ ହେବ। ତେବେ ଲୋକଗୀତ ଗାୟିକା ମୈଥିଳୀ ଠାକୁରଙ୍କ ରାଜନୀତିରେ ପ୍ରବେଶ ତାଙ୍କୁ ଖୁସୀ ଦେଇଛି ବୋଲି ସେ କହିଛନ୍ତି।