ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ବିଭିନ୍ନ ଦଳୀୟ କାର୍ଯ୍ୟକର୍ମରେ ଦେବେ ଯୋଗ

Published By : Prameya-News7 Bureau | September 26, 2024 IST

ଭୁବନେଶ୍ୱର ୨୬।୯: ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନରେ ସାମିଲ ହେବେ । ଏହାସହ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ।

ତେବେ କାର୍ଯ୍ୟସୂଚୀ ଅନୁସାରେ, ଭୁବନେଶ୍ବର ପହଞ୍ଚିବା ପରେ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ଏ ଘରୋଇ ହୋଟେଲରେ ଆୟୋଜିତ ଏକ ବୈଠକରେ ସାମିଲ ହେବେ । ଆଉ ଶେଷରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହି ବୈଠକରେ ବିଜେପିର ଆଗାମୀ ରୋଡ୍‌ ମ୍ୟାପ୍‌ ଏବଂ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନକୁ କିପରି ତ୍ୱରିତ କରାଯିବ ସେନେଇ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିବେ । 

You Can Read:

ଗୁରୁବାର ଓଡିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.