ବେଡାପଡ଼ା ଗାଁରେ ଲାଗୁ ହେଲା BNS-163 ଧାରା, ନିୟମ ନମାନିଲେ ଆକ୍ସନ

Published By : Prameya-News7 Bureau | January 15, 2025 IST

ହିନ୍ଦୋଳ ୧୫।୦୧ : ଢେଙ୍କାନାଳ ରାସୋଳ ଥାନା ବେଡାପଡ଼ା ଗାଁରେ ଲାଗୁ ହେଲା BNS-163 ଧାରା I ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ନୋଟିସ ଜାରି କରିଛି ପୋଲିସ I ଜାନୁଆରୀ ୧୪ ତାରିଖରୁ କଟକଣା ଲାଗିଥିବା ବେଳେ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ନେଇ ନୋଟିସ ହୋଇଛି I 

ଖବର ଅନୁଯାୟୀ, କ୍ରିକେଟ ଖେଳକୁ କେନ୍ଦ୍ରକରି ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା I ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ବେଡ଼ାପଡ଼ା ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ ନେଇ କ୍ରିକେଟ୍‌ ଖେଳ ପଡିଆରେ ଏପରି ପରିସ୍ଥିତ ଉପୁଜିଥିଲା । ଶେଷରେ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସେପଟେ ପୋଲିସ ଘଟଣାର ତଦନ୍ତ କରି ଉଭୟ ଗୋଷ୍ଠୀରୁ ୩୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି I ଗାଁରେ ପରିସ୍ଥିତି ଆୟତ୍ତରେ ଥିଲେ ମଧ୍ୟ ଆଗକୁ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ BNS -163 ଧାରା ଲାଗୁ କରାଯାଇଛି I ଏହି ସମୟରେ ସରକାରୀ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। 

ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ, ଆହୁରି ଛାରଖାର କରିବ ନିଆଁ, ୭ ଦିନରେ ୨୩ ଲକ୍ଷ କୋଟି ସ୍ୱାହା

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.