ମହିଳାଙ୍କ ମୃତଦେହ ଉଦ୍ଧାର, ନିର୍ଯାତନା ଦେଇ ମାରିଦେଇଥିବା ବାପଘରର ଅଭିଯୋଗ

Published By : Prameya-News7 Bureau | September 03, 2024 IST

ମୁନିଗୁଡା ୩।୯: ରାୟଗଡା ଜିଲ୍ଲା ଅମ୍ୱାଦଳା ଥାନା ଅନ୍ତର୍ଗତ ଧାଣ୍ଡରା ଗ୍ରାମରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିର୍ଯାତନା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର । 

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଯୋଡାବନ୍ଧ ଗ୍ରାମର ଦୁଃଶାସନ ମାଝୀଙ୍କ ଝିଅ ଗତ ୭/୫/୨୦୨୩ ରିଖରେ ଧାଣ୍ଡରା ଗ୍ରାମର ପ୍ରଦୀପ କାଡ୍ରାକାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଝିଅକୁ ଶାଶୁଘର ଲୋକ ଅନେକ ଥର ମାରପିଟ କରିବା ସହ ନିର୍ଯାତନା ଦେଉଥିଲେ । ଯେଉଁଥି ପାଇଁ ତାଙ୍କ ଝିଅ ବେକରେ ଶାଢୀ଼ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅମ୍ବାଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଅମ୍ବାଦଳା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ।

You Can Read:

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ, ଠାବ ହୋଇଥିଲା କୋଟିଏ ଟଙ୍କାର ଫ୍ଲାଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.