ଦୁଇ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ, ବୈତରଣୀ ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ

Published By : Prameya-News7 Bureau | September 06, 2024 IST

ବଡବିଲ ୬।୯: ବୈତରଣୀ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାର ଦୁଇ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ଯୋଡ଼ା ଥାନା କଣ୍ଡରା ଗାଁର ସଞ୍ଜିତ ନାଏକ । 

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପ୍ରାୟ ୧ଟା ସମୟରେ ସଞ୍ଜିତ ନିଜର ସାନ ଭାଇ ଚନ୍ଦନ ଓ ଗ୍ରାମର ଅନ୍ୟ କିଛି ଯୁବକଙ୍କ ସହିତ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ଅସାବଧାନତା ବଶତଃ ସେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ସଞ୍ଜିତଙ୍କ ସନ୍ଧାନ ମିଳିନଥିଲା । ତେବେ ଶୁକ୍ରବାର ବଡ଼ି ଭୋର ସମୟରେ ସଞ୍ଜିତଙ୍କ ମୃତଦେହ ପାଣି ଉପରକୁ ଭାସି ଉଠି କୂଳରେ ଲାଗିଥିଲା । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିବା ପରେ ଯୋଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ କଣ୍ଡରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

You Can Read:

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ, ରାଜରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.