ବାସୁଦେବପୁର ୧୪।୬: ପରିବାର ପ୍ରତିପୋଷଣ ପାଇଁ ଦେଶ ବାହାରକୁ ରୋଜଗାର କରିବାକୁ ଯାଇ ଆଉ ଫେରିଲାନି ପୁଅ । ଘରେ ତିନି ଝିଅ, ସ୍ତ୍ରୀ ଓ ବୁଢ଼ୀ ମା’କୁ ଛାଡି ଆରପାରିକୁ ଚାଲିଗଲା ରୋଜଗାରିଆ ପୁଅ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ମ୍ୟୁନିସିପାଲିଟି ଶୁକଦେବପୁର ଗ୍ରାମରେ ।
ଏହି ଗ୍ରାମର ସ୍ୱର୍ଗତ ନାଥ ପରିଡ଼ାଙ୍କ ପୁଅ ସନାତନ ପରିଡା ଗତ ୧୬ ଦିନ ପୂର୍ବରୁ ଦୁବାଇ କେତେକ ସାଙ୍ଗଙ୍କ ସହିତ ରୋଜଗାର କରିବାକୁ ଯାଇଥିଲା। ସେଠାରେ ଏକ ଏଜେନ୍ସୀ ମାଧ୍ୟମରେ ଏସି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗତ ୪ ଦିନ ପୂର୍ବରୁ ସନତାଙ୍କୁ ଜ୍ବର ହୋଇଥିଲା। ସେଠାରେ ସେ ପ୍ରାଥମିକ ଚିକିତ୍ସା କରାଇଥିଲେ। ହେଲେ ଗୁରୁବାର ଦିନ ୧୨ଟା ସମୟରେ ସନାତନର ଜୀବନ ଚାଲିଯାଇଥିବା ତାର ସାଙ୍ଗ ସନାତନର ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିଲେ । ପରେ ପରିବାର ଲୋକେ ଭିଡିଓ କଲିଂରେ ସନାତନଙ୍କ ମୃତ୍ୟୁ ହୋଇଥିବା ଜାଣିଥିଲେ । ଖବର ସତ ଜାଣିବା ପରେ ବୁଢୀ ମା’ଙ୍କ ସହିତ ତିନି ଝିଅ ଓ ସ୍ତ୍ରୀଙ୍କ ଆଖିରୁ ଦୁଇ ଦିନ ହେବ ଲୁହ ଶୁଖିନାହିଁ । ଆଉ ବୁଢୀ ମା’ ବାହୁନି ବାହୁନି କାନ୍ଦି ମୋ ପୁଅକୁ ଘରକୁ ଫେରାଇ ଆଣିବାକୁ ଓଡିଶା ସରକାରକୁ ନିବେଦନ କରିଛନ୍ତି ।
You Can Read :
ନୂତନ ପ୍ରଜାତିର କୋଚିଆ ମାଛ “ଓପିକଥସ ସୂର୍ଯ୍ୟାଇ" ଚିହ୍ନଟ