ବଲାଙ୍ଗୀର ୧୯/୭: ଜମି ବିବାଦରୁ ପୁତୁରାକୁ ହତ୍ୟା ଘଟଣା । ହତ୍ୟାକାରୀ କକା ଓ ଖୁଡିକୁ ଗିରଫ କରିଛି ପୁଇଁତଳା ପୋଲିସ । ଗୁରୁବାର ଅଇଁଲାସାରି ଗାଁରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ଚାଷ ଜମି ଭାଗବଣ୍ଟା ଓ ଘରୋଇ କଳିକୁ ନେଇ ୨ ଭାଇ କାଳିଆ ଭୁଏ ଓ ମୁରଲୀ ଭୁଏଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ପତ୍ନୀଙ୍କ ସହ ମୁରଲୀ ଭୁଏ ବରଗଡରେ ରହୁଥିଲେ । ପୁଅ ସମୀର ଅଇଁଲାସାରି ଗାଁରେ ପତ୍ନୀ ସହ ରହୁଥିଲା । ସମୀର ସହ ସବୁବେଳେ କକା କାଳିଆ ଓ ଖୁଡି ପଙ୍କଜିନି ଝଗଡା କରୁଥିଲେ । ଶୁକ୍ରବାର ଏହି ଝଗଡା ଉଗ୍ରରୂପ ନେଇଥିଲା । ଗାଁ ଦାଣ୍ଡରେ ସମୀରକୁ ଠେଙ୍ଗା ବାଡି ଓ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ କକା କାଳିଆ ଓ ଖୁଡି ପଙ୍କଜିନୀ । ଘଟଣାସ୍ଥଳରେ ସମୀରଙ୍କ ମୃତ୍ୟୁ ହୋଇଯାଇଥିବା ଦେଖି କାଳିଆ ଓ ପଙ୍କଜିନି ଫେରାର ହୋଇଯାଇଥିଲେ ।ଆଜି ଉଭୟଙ୍କୁ ଗିରଫ କରିଛି ପୋଲିସ । ଏବେବି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ଭୁଏ ଫେରାର ଅଛି ।
ନାଗପୁର ହିଂସା: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ...
